Friday , December 2 2022
Home / ବିଶେଷ / ଏନଏସି ମାନ୍ୟତା ଦାବି ଜୋର ଧରିଲା

ଏନଏସି ମାନ୍ୟତା ଦାବି ଜୋର ଧରିଲା

 ବୋରିଗୁମ୍ମା, ୦୧/୦୮/୨୦୧୯ ( ଓଡ଼ିଶା ସମାଚାର)-ବୋରିଗୁମ୍ମାକୁ ଏନଏସି ମାନ୍ୟତା ଦାବି ଜୋର ଧରିଥିବାବେଳେ ଏହି ଦାବି କେଉଁଠି ଅଟକିଗଲା ସେ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ଗତ ୨୭ରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ଆନ୍ଦୋଳନକୁ ସଫଳ କରିବା ପାଇଁ ଏକ କମିଟି ଗଠନ କରାଯାଇ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ସେମାନେ କୋରାପୁଟ ଗସ୍ତ କରି ଜିଲାପାଳଙ୍କ ଅନୁପସ୍ଥିତିରେ ଏଡିଏମଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ବୋରିଗୁମ୍ମା ଏନଏସି ମାନ୍ୟତା ନମିନ୍ତେ ତାର ସମସ୍ତ ମାନଦଣ୍ଡ ପୂର୍ଣ୍ଣ କରୁଛି । ୨୦୧୧ ଜନଗଣନା ଅନୁସାରେ ହରିଜନ ୧୮୩୫, ଆଦିବାସୀ ୪୨୮୯ ଏବଂ ସାଧାରଣ ବର୍ଗର ଜନସଂଖ୍ୟା ୮୪୧୪ ସମେତ ମୋଟ ଜନସଂଖ୍ୟା ୧୮୫୩୮ ହୋଇଥିବା ବେଳେ ବର୍ତମାନ ଏହା ପ୍ରାୟ ୨୦ହଜାର ହୋଇଥିବା ଅନୁମାନ କରାଯାଉଛି । ଏହାବ୍ୟତୀତ ଏଠାରେ ଡାକ କାର୍ଯ୍ୟାଳୟ, ଉଚ୍ଚ ବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ, ଡିଗ୍ରୀ ମହାବିଦ୍ୟାଳୟ ସ୍ଥାପିତ ହୋଇସାରିଛି ।
ଗୋଷ୍ଠୀ ଚିକିତ୍ସା କେନ୍ଦ୍ର, ଥାନା, ସବରେଜିଷ୍ଟ୍ରାର ଅଫସି, ଜେଏମଏଫସି ଅଦାଲତ ସ୍ଥାପିତ ହୋଇସାରିଛି । ଅପରପକ୍ଷରେ ରାଜ୍ୟର ସର୍ବବୃହତ ବ୍ଲକ ଏବଂ ଅନ୍ୟାନ୍ୟ ପେଣ୍ଠ ହୋଇଥିବା ହେତୁ ଦିନକୁ ଦିନ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ ହେଉଛି । ସେହିପରି ବୋରିଗୁମ୍ମା ରାଜସ୍ୱ ଗ୍ରାମରେ ପ୍ରାୟ ୨୮୪ ଏକର ସରକାରୀ ଜମି, ଖୁଡିଗୁଡା ରାଜସ୍ୱ ଗ୍ରାମରେ ୧୧୫ ଏକର, ଦୁଲାଗୁଡାରେ ୮୭ ଏକର, ଝଲିମିଲିରେ ୧୬୬ ଏକର ସରକାରୀ ଜମି ଉପଲବ୍ଧ । ଯାହା ଏନଏସି ନମିନ୍ତେ ଯଥେଷ୍ଟ ବୋଲି କୁହାଯାଉଛି । ତେଣୁ ବୋରିଗୁମ୍ମାବାସୀଙ୍କ ମୌଳିକ ସୁବିଧା ଯୋଗାଇବା ନିମନ୍ତେ ବୋରିଗୁମ୍ମାକୁ ଏନଏସି ମାନ୍ୟତା ନିତାନ୍ତ ଆବଶ୍ୟକ ରହିଥିବା ଦାବି ଜୋର ଧରିଛି ।
ଏନଏସି ମାନ୍ୟତା ଦାବିରେ ୭.୧୧.୨୦୧୭ରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଧାରଣା, ୨୦.୧୧.୧୭ରେ କଂଗ୍ରେସ ପକ୍ଷରୁ ଧାରଣା, ୮.୧୧.୧୭ରେ ବିଜେପି ପକ୍ଷରୁ ଧାରଣା, ୧୬.୮.୧୮ରେ ବିଜେପି ପକ୍ଷରୁ ୬ଘଂଟିଆ ବନ୍ଦ ପାଳନ, ତା’ପରେ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରାଯାଇଥିଲା । ମୁଖ୍ୟତଃ ବିଧାନସଭାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତର ଦେଇ ନଗର ଉନୟ୍ନନ ମନ୍ତ୍ରୀ କହିଛନ୍ତି ଯେ କୋରାପୁଟ ଜିଲାପାଳଙ୍କ ଠାରୁ ତଥ୍ୟ ମଗାଯାଇ ତା’ଉପରେ ତଜର୍ମା କରାଯିବ । ଓଡ଼ିଶା ସମାଚାର

Leave a Reply

Your email address will not be published.