Sunday , September 26 2021
Breaking News
Home / ବିଶେଷ / ଶବଦାହ ଗୃହକୁ ରାସ୍ତା ନାହିଁ

ଶବଦାହ ଗୃହକୁ ରାସ୍ତା ନାହିଁ

ପାଟକୁରା ୩୧/୦୭/୨୦୧୯ ( ଓଡ଼ିଶା ସମାଚାର)-ଶବ ଦାହ ଗୃହ ନିର୍ମାଣ କରାଯିବାର ଦୁଇ ବର୍ଷରୁ ଅଧିକ ଦିନ ହୋଇଥିଲେ ମଧ୍ୟ ଏହି ସ୍ଥାନକୁ ଯାତାୟତ କରିବା ପାଇଁ ରାସ୍ତା ନ ଥିବାରୁ ନିର୍ମିତ ଗୃହଟି କାର୍ଯ୍ୟରେ ଲାଗି ପାରୁ ନ ଥିବାବେଳେ,ଏଥିପାଇଁ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରକାଶ ଯେ,ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ସୋଲପାଟ ଗ୍ରାମର ଶ୍ମଶାନରେ ଗତ ୧୬-୧୭ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ଯୋଜନାରେ ପ୍ରାୟ ଚାରି ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶବଦାହ ଗୃହ ନିର୍ମାଣ କରାଯାଇଛି । ଏହି ସ୍ଥାନଟି ଚିତ୍ରୋତ୍ପଳା ନଦୀ ବନ୍ଧର ପାଶ୍ୱର୍ ଠାରୁ ପ୍ରାୟ ୩ ଶହ ମିଟର ଦୂରରେ ଏକ ଖାଲୁଆ ସ୍ଥାନରେ ରହିଛି । ନଦୀ ବନ୍ଧ ଉଚ୍ଚାରେ ଥିବାବେଳେ, ଚାଷ ଜମି ଓ ପାଣି ନାଳ ରାସ୍ତା ମଧ୍ୟ ଦେଇ ଏହି ସ୍ଥାନକୁ ଯିବାକୁ ପଡିଥାଏ । ପଂଚାୟତ ପ୍ରଶାସନଙ୍କ ପକ୍ଷରୁ ଏଠାରେ ଶବଦାହ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ, ଗ୍ରାମର ଲୋକମାନେ ଏହି ସ୍ଥାନକୁ ଯିବା ପାଇଁ ପ୍ରଶାସନଙ୍କ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇ ନାହିଁ । ବର୍ଷା ଦିନରେ ଏହି ସ୍ଥାନକୁ ଯିବା ପାଇଁ ହେଲେ ୨ ରୁ ୩ ଫୁଟ୍ ପାଣି ମଧ୍ୟରେ ପଶି ଯିବା ପାଇଁ ପଡିଥାଏ । ଖାଲୁଆ ରହିଥିବା ଏହି ସ୍ଥାନକୁ ଉଚ୍ଚା କରାଯିବା ସହିତ ଏହି ଶବଦାହ ଗୃହ ନିକଟକୁ ଯିବାକୁ ହେଲେ ଏକ ପାଣି ନାଳ ଉପରେ ସୋଠ ବସାଯାଇ ରାସ୍ତା ନିର୍ମାଣ କରାଯାଇ ପାରିଲେ ଗ୍ରାମର ଲୋକମାନଙ୍କର ନିର୍ମିତ ଗୃହ କାର୍ଯ୍ୟରେ ଲାଗି ପାରନ୍ତା ବୋଲି ଗ୍ରାମର କେତେକ ଲୋକମାନେ ମତପ୍ରକାଶ କରିଛନ୍ତି । ପ୍ରଶାସନଙ୍କ ପକ୍ଷରୁ ଏଠାରେ ରାସ୍ତା ନିର୍ମାଣ କରାଯିବା ପାଇଁ ନରେଗା ଯୋଜନାରେ ସାମିଲ କରିବା ସହିତ ତୁରନ୍ତ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମର ଲୋକମାନଙ୍କ ପକ୍ଷରୁ ଦାବି କରାଯାଇଛି । ପ୍ରକାଶ ଯେ,ଏଠାକୁ ଯାତାୟତ କରିବା ପାଇଁ ରାସ୍ତା ନ ଥିବାରୁ ଗ୍ରାମର ଲୋକମାନେ ନଦୀ ପଠାରେ ଶବ ଦାହ କରୁଥିବାର ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

କୁଜଙ୍ଗ ଥାନାର ନୂତନ ଅଧିକାରୀଙ୍କୁ ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ ସମ୍ବର୍ଦ୍ଧନା

ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ କୁଜଙ୍ଗ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଫୁଲତୋଡା …

Leave a Reply

Your email address will not be published. Required fields are marked *