Friday , January 28 2022
Breaking News
Home / ବିଶେଷ / ସାଲେପୁର ବ୍ଲକ୍ ପରିସରରେ କୁଢ଼ କୁଢ଼ ଅଳିଆ ଗଦା

ସାଲେପୁର ବ୍ଲକ୍ ପରିସରରେ କୁଢ଼ କୁଢ଼ ଅଳିଆ ଗଦା

ସାଲେପୁର, ୩୧/୦୭/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା) : ସହର ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିବାବେଳେ ସାଲେପୁର ବ୍ଲକ୍ ପରିସରରେ ଏବେ କୁଢ଼ କୁଢ଼ ଅଳିଆମାନ ଗଦା ହୋଇ ପରିବେଶକୁ ପୁତିଗନ୍ଧମୟ ସୃଷ୍ଟି କରିଛି । ସାଲେପୁର ବ୍ଲକ୍ ପରିସରରେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଗଦା ହୋଇ ରହିଛି । ଫଳରେ ବର୍ଷା ହେବାରୁ ଏହି ଅଳିଆ ଆବର୍ଜନା ପଚି ଦୁର୍ଗନ୍ଧ ସୃଷ୍ଟି କରୁଛି । ସେହିପରି ପ୍ରଶାସନ ପକ୍ଷରୁ ଏହି ବ୍ଲକ୍ ପରିସରରେ ଗଦା ହୋଇଥିବା କୁଢ଼ କୁଢ଼ ଅଳିଆକୁ ସଫା କରାଯାଉନାହିଁ । ବ୍ଲକ୍ର ବିଭିନ୍ନ ସ୍ଥାନରେ ଅଳିଆମାନ ଗଦା ହୋଇ ରହିଥିବାର ଦେଖିବାକୁ ମିଳିଛି । ଅପର ପକ୍ଷରେ ପରିବେଶକୁ ସୁନ୍ଦର ଓ ନିର୍ମଳ କରିବାପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଠାରୁ ଆରମ୍ଭ କରି ସ୍କୁଲ ପିଲାମାନଙ୍କ ପର୍ଯ୍ୟନ୍ତ ସ୍ୱଚ୍ଛଭାରତ ଯୋଜନାରେ ନିଜର ଅନୁଷ୍ଠାନ ପରିବେଶକୁ ସ୍ୱଚ୍ଛ ରଖୁଥିବାବେଳେ ସାଲେପୁର ବ୍ଲକ୍ରେ କୁଢ଼ କୁଢ଼ ଅଳିଆମାନ ଗଦା ହୋଇ ରହିଛି । ବ୍ଲକ୍ ପ୍ରଶାସନ ଏହାକୁ ସଫା କରିବାପାଇଁ କୌଣସି ଉଦ୍ୟମ କରୁନାହାଁନ୍ତି । ଏହାନେଇ ଦୈନଦିନ ବ୍ଲକ୍କୁ ବିଭିନ୍ନ କାର୍ଯ୍ୟପାଇଁ ଆସୁଥିବା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  ଓଡ଼ିଶା ସମାଚାର

About admin

Check Also

ଲାଲା ଲଜପତ ରାୟଙ୍କ ଆଦର୍ଶରେ ଯୁବ ସମାଜ ଅନୁପ୍ରାଣିତ ହେଲେ ଭାରତ ବିଶ୍ୱରେ ଶେଷ୍ଠ୍ର ରାଷ୍ଟ୍ରରେ ପରିଣତ ହୋଇ ପାରିବ

ରଘୁନାଥପୁର,୨୮/୧/୨୦୨୨ (ଓଡ଼ିଶା ସମାଚାର)- ଲୋକସେବକ ମଣ୍ଡଳ ପ୍ରତିଷ୍ଠାତା ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଆଦର୍ଶରେ …

Leave a Reply

Your email address will not be published. Required fields are marked *