Friday , September 22 2023
Breaking News
Home / ବିଶେଷ / ଭିଜିଲାନ୍ସ କୋର୍ଟରେ ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ ଦଣ୍ଡିତ

ଭିଜିଲାନ୍ସ କୋର୍ଟରେ ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ ଦଣ୍ଡିତ

ବାରିପଦା, ୩୧/୦୭/୨୦୧୯ ( ଓଡ଼ିଶା ସମାଚାର)-ଏକ ଲାଂଚ ମାମଲାର ବିଚାରକରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ବେଣୁଧର ପାତ୍ର ଅଭିଯୁକ୍ତ ପୂର୍ବତନ ତଥାଅବସରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଲକ୍ଷ୍ମଣ କୁମାର କୁମାର ବେହେରା (୬୩)ଙ୍କୁ ଦୁର୍ନୀତି ନିବାରଣ ଆଇନ ଧାରା ୭ ପିସିଆକ୍ଟରେ ଦୁଇବର୍ଷ ସଶ୍ରମ କାରାଦଣ୍ଡ ସମେତ ୫ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ମାସ କାରାଦଣ୍ଡ ଏବଂଧାରା ୧୩(୧) ରେ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ କରିଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୨ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବାଲେଶ୍ୱରଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ବହଲାଗ୍ରାମର ନରସିଂହ ଲେଙ୍କାଙ୍କ ପୁତ୍ର କେଶବ ଲେଙ୍କାଙ୍କୁ ୨୦୧୨ ମସିହାରେ ଲେବର ଲାଇସେନ୍ସ ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଲକ୍ଷ୍ମଣ ବେହେରା ଦଶହଜାର ଟଙ୍କା ଲାଂଚ ମାଗିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଲକ୍ଷ୍ମଣବେହେରା ତାଙ୍କ କାର୍ଯ୍ୟାଳୟରେ ଦଶ ହଜାରଟଙ୍କା ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଥିଲେ । ଉକ୍ତମାମଲାକୁ ସରକାରଙ୍କ ପକ୍ଷରୁ ଓଳିଲ କୃଷ୍ଣଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *