Saturday , November 27 2021
Breaking News
Home / ବିଶେଷ / ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସି ୪ ନିଖୋଜ ଘଟଣା : ନିଖୋଜ ବ୍ୟକ୍ତିଙ୍କ ଗୋଡ ଓ ଅନ୍ତବୁଜୁଳା ଉଦ୍ଧାର, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସି ୪ ନିଖୋଜ ଘଟଣା : ନିଖୋଜ ବ୍ୟକ୍ତିଙ୍କ ଗୋଡ ଓ ଅନ୍ତବୁଜୁଳା ଉଦ୍ଧାର, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଅନୁଗୁଳ,୩୧/୦୭/୨୦୧୯( ଓଡ଼ିଶା ସମାଚାର)-ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏମସିଏଲର ଭରତପୁର କୋଇଲାଖଣିରେ ମାଟି ଅତଡ଼ା ଧସିବା ଘଟଣାରେ ନିଖୋଜ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଦେହାବଶେଷକୁ ଉଦ୍ଧାରକରାଯାଇଛି । ଫଳରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ତାଙ୍କର ଗୋଟିଏ ଗୋଡ ଓ ଅନ୍ତବୁଜୁଳାକୁ ଉଦ୍ଧାରକାରୀ ଟିମ୍ ମାଟିତଳୁ ଖୋଜିବାହାର କରିଛି । ଏହାକୁ ବ୍ୟବଚ୍ଛେଦପରେ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେ ଏଙ୍ଖାରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନାମ ରମେଶ ଦାଶ ଏବଂ ଘର ଲକେଇପଶି ଗ୍ରାମରେ ବୋଲି ଜଣାପଡିଛି । ପ୍ରକାଶ ଥାଉ କି, ଗତ୨୩ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାସମୟରେ ଏମସିଏଲର ଭରତପୁର କୋଇଲା ଖଣିରେ ହଠାତ୍ ବ୍ଲାଂଷ୍ଟିଂ ଯୋଗୁଁ ପାହାଡ଼ ସଦୃଶ ମାଟି ଅତଡ଼ା ଧସିଯାଇଥିଲା । ୧୩ ରୁ ଉଦ୍ଧ୍ୱର୍ ଶ୍ରମିକ ଏହାତଳେ ଚାପି ହୋଇ ରହିଯାଇଥିଲେ । ୯ଜଣ ଶ୍ରମିକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇପାରିଥିଲା । ଅନ୍ୟ ୪ଜଣ ନିଖୋଜ ଥିଲେ । ଗତ ୨୪ତାରିଖ ଦିନ ସେମାନଙ୍କ ମଧ୍ୟରୁ ଜଣକର ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ଗତ ୨୬ ତାରିଖରେ ଆଉ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ସୁରକ୍ଷାକର୍ମୀ ରମେଶ ଦାଶ ନିଖୋଜ ଥିଲେ । ପୂର୍ବରୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କୋଇଲା ଖଣିର ସିନିୟର୍ ମ୍ୟାନେଜର ଭି.କେ. ସିଂହ ଙ୍କୁ ଏମସିଏଲ୍ ସିଏମଡି କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଦିବ୍ୟାଙ୍ଗ ପିଲା ମାନଙ୍କ ଗାଁ ଭାଲୁଚୁଆ

Leave a Reply

Your email address will not be published. Required fields are marked *