Tuesday , October 26 2021
Breaking News
Home / ବିଶେଷ / ବିନ୍ଧା ନୂଆଗାଁ ରୁ ଗୋରଖନାଥ ସଂକୀର୍ତନ ପଦଯାତ୍ରା

ବିନ୍ଧା ନୂଆଗାଁ ରୁ ଗୋରଖନାଥ ସଂକୀର୍ତନ ପଦଯାତ୍ରା

ଗରଦପୁର,୩୧/୦୭/୨୦୧୯ ( ଓଡ଼ିଶା ସମାଚାର)- ବୁଧବାର ଦିନ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ବିନ୍ଧା ନୂଆଗାଁ ରୁ ଗୋରଖନାଥ ସଂକୀର୍ତନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜିକୁ ୧୨ ବର୍ଷ ହେଲା ଆଜିର ତିଥିରେ ବିନ୍ଧା ନୂଆଗାଁ ର ଗ୍ରାମବାସୀ ଗ୍ରାମରେ ଥିବା ପଂଚେଶ୍ୱର ମହାଦେବଙ୍କ ପୀଠରୁ ଭୋଗରାଗ ଧରି ସଂକୀର୍ତନ ସହିତ ପାଦରେ ଚାଲି ଚାଲି ପଡ଼ୋସୀ ଜଗତସିଂହପୁର ଜିଲା ର ପ୍ରସିଦ୍ଧ ବିଭୂତି କ୍ଷେତ୍ର ଭାବେ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଗୋରଖନାଥଙ୍କ ପୀଠରେ ପହଂଚି ମଧ୍ୟାହ୍ନ ପର୍ଯ୍ୟନ୍ତ ପୀଠରେ ହରିନାମ ସଂକୀର୍ତନ ପରିବେଷଣ କରିଥାନ୍ତି । ପୂର୍ବରୁ ସେଠାକୁ ଗ୍ରାମର ଯୋଗାଡ଼ିଆ ମାନେ ଜିନିଷପତ୍ର ଧରି ପୀଠରେ ପହଂଚିଥାନ୍ତି । ସେଠାରେ ରୋଷେଇ ବାସ କରାଯାଇଥାଏ । ମଧ୍ୟାହ୍ନରେ ପ୍ରଭୁଙ୍କ ପାଖରେ ପ୍ରସାଦ ନୀତି ହେବା ପରେ ପ୍ରସାଦ ପରିବେଷଣ କରାଯାଇଥାଏ । କେବଳ ବିନ୍ଧା ନୂଆଗାଁ ର ନୁହେଁ ପଡ଼ୋସୀ ଅରାବଳ, ଶଙ୍କରଭୋଳ, ଆଳିଜଙ୍ଗା, ନରଡ଼ା ବସନ୍ତପୁର ଆଦି ଗ୍ରାମର ବହୁ ଶ୍ରଦ୍ଧାଳୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି । ଗ୍ରାମର ଶ୍ରଦ୍ଧାଳୁ ବୁଢ଼ା ବୁଢ଼ୀ ଏହି କାର୍ଯ୍ୟକ୍ରମରେ ସାମିଲ ହେଉଥିବାବେଳେ ଛୋଟ ଛୋଟ ପିଲାମାନେ ସଂକୀର୍ତନ ର ଆଗରେ ପତାକା ଧରି ଆନନ୍ଦରେ ନାଚି ନାଚି ଯାଉଥିବା ଦେଖାଯାଏ । ଚଳିତ ବର୍ଷ ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପୁର୍ଣ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱ ଓ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଦେଢ଼ ହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାକୁଙ୍କ ପାଇଁ ପୀଠରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରିଛନ୍ତି । ତେବେ ଏଥିପାଇଁ ଏତେ ଟଙ୍କା ସେମାନେ କାହାକୁ ଚାନ୍ଦା କରନ୍ତି ନାହିଁ । ଶ୍ରଦ୍ଧାଳୁ ମାନେ ଯାହାର ଯାହା ମନ ହେଲା ସେ ସ୍ୱଛରେ ଯାହା ଦାନ କରନ୍ତି , ସେଥିରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ସେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *