ସାଲେପୁର, ୩୧/୦୭/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା) : ସାଲେପୁର ତହସିଲ ପକ୍ଷରୁ ଚିହ୍ନଟ କରାଯାଇଥିବା ଫନି ବାତ୍ୟା କ୍ଷତିଗ୍ରସ୍ତ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇ ପ୍ରକୃତ ହିତାଧିକାରୀ ଚିହ୍ନଟ କରାନଯାଇ ଶାସକ ଦଳର କର୍ମୀଙ୍କୁ ଚିହ୍ନଟ କରାଯାଇ ଫନିବାତ୍ୟା ସହାୟତା ହିତାଧିକାରୀ ତାଲିକାଭୁକ୍ତ କରାଯାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଯେଉଁମାନଙ୍କର ଘର ଆଦୌ ଭାଙ୍ଗିନାହିଁ ସେମାନଙ୍କ ନାମ ସଂପୃକ୍ତ କ୍ଷତିଗ୍ରସ୍ତ ତାଲିକାଭୁକ୍ତ କରାଯାଇଛି । ସାଲେପୁର ବ୍ଲକ୍ରେ ପ୍ରଧାନମନ୍ତ୍ରୀ ଆବାସ ଚିହ୍ନଟ ପାଇଁ ଚାଲିଥିବା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା କରାଯାଉଛି । ଯେଉଁମାନେ ଉଦ୍ଦେଶ୍ୟମୂଳକ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହାତେଇବାପାଇଁ ଭୂଲ୍ ତଥ୍ୟ ଦେଇ ଯୋଗ୍ୟ ତାଲିକାଭୁକ୍ତ ହୋଇଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଯେଉଁ ଅଫିସର ତାଲିକା ପ୍ରସ୍ତୁତ କରିବାରେ ପାତର ଅନ୍ତର ନୀତି ଅବଲମ୍ବନ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ କଟକ ଜିଲ୍ଲା ବିଜେପି ଉପସଭାପି ଉଲ୍ଲାସ ଚନ୍ଦ୍ର ଜେନା ଦାବି କରିଛନ୍ତି । ଓଡ଼ିଶା ସମାଚାର
Home / ରାଜନୀତି / ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହିତାଧିକାରୀ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା କରାଯାଇଥିବା ନେଇ ବିଜେପିର ଅଭିଯୋଗ
Check Also
ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ
ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …