Sunday , October 1 2023
Home / ବିଶେଷ / ନିର୍ଯାତନା ସହିନପାରି ସ୍ତ୍ରୀ କୂଅକୁ ଡେଇଁ ଆତ୍ମହତ୍ୟା ମାମଲା : ସ୍ୱାମୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ନିର୍ଯାତନା ସହିନପାରି ସ୍ତ୍ରୀ କୂଅକୁ ଡେଇଁ ଆତ୍ମହତ୍ୟା ମାମଲା : ସ୍ୱାମୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ, ୩୧/୦୭/୨୦୧୯ (ଓଡ଼ିଶା ସମାଚାର)- ଅଧିକ ଯୋ÷ତୁକପାଇଁ ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ସହି ନପାରି ଜନୈକ ମହିଳା କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣାରେ ସ୍ୱାମୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି । ଗତ ୨୦୧୫ ଅଗଷ୍ଟ ମାସରେ ବଅଁରପାଳ ଥାନା ଅନ୍ତର୍ଗତ ନଳଚନ୍ଦ୍ରପୁର ଗ୍ରାମର ଗୋପବନ୍ଧୁ ମାଝୀଙ୍କ ଝିଅ ପିପିନା ଭୁକ୍ତା (୧୯) ସେହି ଗ୍ରାମର ଧନେଶ୍ୱର ଭୁକ୍ତାଙ୍କ ପୁଅ ମହେଶ୍ୱର ଭୁକ୍ତା ଙ୍କୁ ବିବାହ କରିଥିଲେ । କିନ୍ତୁ ବାହାଘରର ୧ ମାସ ପରେ ଅଧିକ ଯୋ÷ତୁକ ଦାବି କରି ମହେଶ୍ୱର, ଶ୍ୱଶୁର ଧନେଶ୍ୱର,ଶାଶୂ ସୁକାନ୍ତି ଏବଂ ଦିଅର ପ୍ରିୟବ୍ରତ ସମସ୍ତେ ମିଶି ପିପିନାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ ।୨୦୧୬ ଜାନୁୟାରୀ ୨୦ରେ ପିପିନାଙ୍କୁ ସ୍ୱାମୀ ଓ ଶ୍ୱଶୁର ଘରଲୋକେ ମାଡ ମାରି ଥିବାରୁ ସେ ଘରୁ କେଉଁଆଡେ ପଳାଇଯାଇଛି ବୋଲି ବାପା ଗୋପବନ୍ଧୁ ମାଝୀଙ୍କ ନିକଟକୁ ଉକ୍ତ ଗ୍ରାମରୁ ଖବର ଆସିଥିଲା । ଏହି ଖବର ଶୁଣି ଗୋପବନ୍ଧୁ ସଙ୍ଗେ ସଙ୍ଗେ ପିପିନାର ଶ୍ୱଶୁର ଘରେ ଯାଇ ପହଂଚିଥିଲେ । କିନ୍ତୁ ଝିଅ କୁ ସେଠାରେ ପାଇନଥିଲେ । ସେଠାରେ ସେ ଝିଅକୁ ଖୋଜା ଖୋଜି କରୁଥିବାବେଳେ ଘର ପାଖ କୂଅ ନିକଟରେ ପିପିନାଙ୍କ ଚପଲ ପଡିଥିବା ଦେଖି ତାଙ୍କର ସନ୍ଦେହ ହୋଇଥିଲା । ଫଳରେ ତାଙ୍କ ସାନଭାଇ ପ୍ରଦ୍ୟୁମ୍ନ ମାଝୀ ପିପିନାଙ୍କୁ ତାର ସ୍ୱାମୀ, ଶ୍ୱଶୁର, ଶାଶୂ ଓ ଦିଅର ମିଶି ହତ୍ୟାକରି କୂଅରେ ପକାଇ ଦେଇଥିବା ନେଇ ବଅଁରପାଳ ଥାନାରେ ଲିଖିତ ଏତଲା ଦେଇଥିଲେ । ପୁଲିସ କୂଅ ଭିତରୁ ପିପିନାର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ସ୍ୱାମୀ ମହେଶ୍ୱର ଭୁକ୍ତା, ଶ୍ୱଶୁର ଧନେଶ୍ୱର, ଶାଶୁ ସୁକାନ୍ତି ଏବଂ ଦିଅର ପ୍ରିୟବ୍ରତ ନାଁରେ ଦଫା ୩୦୨ ରେ ଏକ ମାମଲା ରୁଜୁ କରିଥିଲେ । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଏକ ଆତ୍ମହତ୍ୟା ଘଟଣା ଜଣା ପଡିବା ପରେ ଉକ୍ତ ମାମଲା ଦଫା୩୦୨ ବଦଳରେ ଦଫା ୪୯୮ ଏ, ୩୦୪ ବି, ୩୦୬,୪୦୬, ୩୪ ଆଇପିସି, ୪ ଡିପି ଆକ୍ଟରେ ପରିବର୍ତନ ହୋଇଯାଇଥିଲା । ମଙ୍ଗଳବାର ମାନ୍ୟବର ଜିଲ୍ଲା ଓ ଦୋ÷ରାଜଜ୍ ଅଶାନ୍ତ କୁମାର ଦାସ ଏହି ମାମଲାର ଶୁଣାଣି କରି ୨୧ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତିିକରି ସ୍ୱାମୀ ମହେଶ୍ୱରଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତିି । ସରକାରଙ୍କ ପକ୍ଷରୁ ମହେନ୍ଦ୍ର କୁମାର ବସ୍ତିଆ ମାମଲା ପରିଚାଳନା କରୁଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *