ରଘୁନାଥପୁର, ୩୧/୦୭/୨୦୧୯ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ରଘୁନାଥପୁର ବ୍ଲକ୍ ଜଇପୁରସ୍ଥିତ ବୟନଗ୍ରାମ ପରିଦର୍ଶନରେ ଆସି ବୁଣାକାର ଓ ମହିଳାଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ସାମଗ୍ରୀ ଦେଖି ସନ୍ତୋଷ ପ୍ରକାଶ କରିବା ସହ ବାକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ରଖô୍ଥିଲେ । ଶ୍ରୀ ଶ୍ରୀ ପାର୍ବତୀ ତନ୍ତୁବାୟ ସହଯୋଗ ସମିତି ଓ ସଂସ୍କୃତି ହ୍ୟାଣ୍ଡଲୁମ ପ୍ରଡ଼୍ୟୁସର ଗୃପ ମିଳିତ ଆନୁକୁଲ୍ୟରେ ବୟନ ଗ୍ରାମର ୫୦ ରୁ ଉଦ୍ଧ୍ୱର୍ ମହିଳାଙ୍କୁ ନେଇ ହସ୍ତତନ୍ତ କାର୍ଯ୍ୟକ୍ରମ ଜାରି ରହିଛି । ପୂର୍ବତନ ଜିଲାପାଳଙ୍କ ଉଦ୍ୟମରେ ପାରାଦୀପ ପୋର୍ଟ ସହାୟତାରେ ବୟନଗ୍ରାମକୁ ସରଶ ସୁନ୍ଦର କରାଯାଇଥିଲା । ବାତ୍ୟା ଫନି ପରେ ଜିଲାପାଳ ଶ୍ରୀ ମହାପାତ୍ର ବୟନ ଗ୍ରାମକୁ ଆସି କ୍ଷତିଗ୍ରସ୍ତ ଡ଼େମନଷ୍ଟ୍ରେସନ ହଲ ର ପୁନରୁଦ୍ଧାର , ଅର୍ଦ୍ଧନିର୍ମିତ ଗେଟକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଦାୟିତ୍ୱରେ ଥିବା ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ସଂଯୋଗ କରୁଥିବା ଅସମ୍ପୂର୍ଣ୍ଣ ରାସ୍ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ପିଡ଼ି ସରୋଜ କାନ୍ତ ମହାନ୍ତି ଓ ବିଡ଼ିଓ ପଂଚାନନ ପଟାୟତଙ୍କ ସହ ଆଲୋଚନା କରିଥିଲେ । ଡ଼େପୁଟି ଡ଼ାଇରେକ୍ଟର ଟେକ୍ସଟାଇଲ ମାନସ ପାଣିଗ୍ରାହୀଙ୍କ ସହ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଥିବା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ମେନ ଗେଟ ରୁ ବୟନ ଗ୍ରାମକୁ ଆଲୋକ ବ୍ୟବସ୍ଥା, କାମ କରୁଥିବା ମହିଳାଙ୍କୁ ଟ୍ରେନିଂ ରେ ପଠାଇବା, କମ୍ପ୍ରୁଟରିକରଣ କରିବା, ଗ୍ଲୋଇଂ ସାଇନବୋର୍ଡ଼ ଲଗାଇବା ସର୍ବୋପରି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମସ୍ତ ସୁବିଧା କରିବା ପାଇଁ ପରାମର୍ଶ ଦେଇଥିଲେ । ଆର ଆଣ୍ଡ ବି ଏସଡ଼ିଓ ରତିକାନ୍ତ ବେହେରା, ଜେଇ ବିନୟକୁମାର ସାହୁ ନିଜର ମତାମତ ଦେଇଥିଲେ ।
ଜିଲାପାଳଙ୍କ ସହ ଡ଼ିଆଇପିଆରଓ କାମିନୀ ରଂଜନ ପଟ୍ଟନାୟକ, ଓରମାସ ର ସିଇଓ ସତ୍ୟ ଶୁଭମ ସୁନ୍ଦରମ ପାଇଟାଳ , ଆସିଷ୍ଟାଂଟ ଏକଜିକ୍ୟୁଟିଭ ଅଫିସର ପ୍ରଭାତ କୁମାର ଦାସ ଉପସ୍ଥିତ ଥିବାବେଳେ ସଭାନେତ୍ରୀ ସରସ୍ୱତୀ ପୃଷ୍ଟି, ସମ୍ପାଦିକା ମମତା ପୃଷ୍ଟି ମହିଳା ମାନଙ୍କୁ ଅଧିକ ତାଲିମ ଦେବା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ । ଓଡ଼ିଶା ଜିବିକା ମିଶନ ବିପିଏମ କଳ୍ପନା ଦଳାଇ, ବିଏଲସି ମୀନାରାଣୀ ଦାସ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର