Friday , October 22 2021
Breaking News
Home / ବିଶେଷ / ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ଅବସର ଗ୍ରହଣ

ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ଅବସର ଗ୍ରହଣ

ପାଟକୁରା ୩୧/୦୭/୨୦୧୯ ( ଓଡ଼ିଶା ସମାଚାର)-ପାଟକୁରା ଜଳସମ୍ପଦ ବିଭାଗର ବରିଷ୍ଠ କର୍ମଚାରୀ ଅକ୍ଷୟ କୁମାର ମହାନ୍ତି ଆଜି କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଜଳ ସମ୍ପଦ ବିଭାଗରେ ବିଭିନ୍ନ ସମୟରେ ଅସ୍ଥାୟୀ କର୍ମଚାରୀ,ଏନ୍ଏମ୍.ଆର ଓ ଶେଷରେ ୱର୍କଚାର୍ଜ୍ଜ ଭଳି ବିଭିନ୍ନ ଦାଇତ୍ୱରେ ଦୀର୍ଘ ୩୫ ବର୍ଷ ଧରି କାର୍ଯ୍ୟ କରିଥିବା ଶ୍ରୀ ମହାନ୍ତି ଆଜି ପାଟକୁରା ସବ୍-ଡିଭିଜନରୁ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ମହାନ୍ତି ଜଣେ ନିଷ୍ଠାପର ଓ ଦାଇତ୍ୱବାନ କର୍ମଚାରୀ ଭାବରେ କାର୍ଯ୍ୟ କରି ବିଭିନ୍ନ ସମୟରେ ସମ୍ପୃକ୍ତ ବିଭାଗର ପଦସ୍ଥ ଅଧିକାରୀମାନଙ୍କ ନିକଟରେ ସୁନାମ ଅର୍ଜ୍ଜନ କରିଥିବା ବିଭାଗ ସୂତ୍ରରୁ ଜଣାଯାଇଛି । ଏହି ଅବସରରେ ବିଭାଗ ପକ୍ଷରୁ ପାଟକୁରା ସବ୍-ଡିଭିଜନ ଠାରେ ଏକ ଅବସରକାଳିନ କାର୍ଯ୍ୟକମ ଅନୁଷ୍ଠିତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *