Thursday , October 21 2021
Breaking News
Home / ବିଶେଷ / ଗିଲୋଟିନ୍ ଦ୍ୱାରା ୨୪ ବିଭାଗର ଖର୍ଚ୍ଚ ଦାବି ପାରିତ

ଗିଲୋଟିନ୍ ଦ୍ୱାରା ୨୪ ବିଭାଗର ଖର୍ଚ୍ଚ ଦାବି ପାରିତ

ଭୁବନେଶ୍ୱର,୩୧/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ରାଜ୍ୟ ଶକ୍ତିମନ୍ତ୍ରୀ ମଙ୍ଗଳବାର ଦ୍ୱିତୀୟାର୍ଦ୍ଧବୈଠକରେ ଗୃହରେ ଆଗତ କରିଥିବା ଶକ୍ତି ବିଭାଗର ୨,୨୫୦ କୋଟି ୮୮ଲକ୍ଷ ୩୬ ହଜାର ଟଙ୍କାର ଖର୍ଚ୍ଚ ଦାବି ଆଲୋଚନା ହୋଇ ଗୃହୀତ ହୋଇଥିଲା । ଆଲୋଚନା ପରିସରଭୁକ୍ତ ହୋଇପାରିନଥିବା ବିଧାନସଭା ସମେତ୨୪ ବିଭାଗର ଖର୍ଚ୍ଚ ଦାବି ଗୁଡିକ ଗିଲୋଟିନ୍ ଦ୍ୱାରା ଗୃହୀତ ହୋଇଥିଲା । ଏ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟ ନାରାୟଣପାତ୍ର ବିଧିବଦ୍ଧଭାବେ ଗୃହରେ ଘୋଷଣା କରିଥିଲେ । ଗିଲୋଟିନ୍ ଦ୍ୱାରା ପାରିତ ହୋଇଥିବାବିଭାଗ ଗୁଡିକ ହେଲା ଆଇନ(୪୪୮କୋଟି୨୩ ଲକ୍ଷ୭ହଜାର) ,ଅର୍ଥ ବିଭାଗ (୧୭୦୧୯ କୋଟି୪୩ଲକ୍ଷ ୨୨ ହଜାର ଟଙ୍କା) , ବାଣିଜ୍ୟବିଭାଗ (୯୪ କୋଟି ୮୩ ଲକ୍ଷ ୪୮ହଜାର ଟଙ୍କା) , ବିଧାନସଭା (୭୯କୋଟି ୯୨ ଲକ୍ଷ ୩୯ ହଜାର ଟଙ୍କା), ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (୧୬,୪୬୬ କୋଟି ୮୨ ଲକ୍ଷ ୧୯ ହଜାର), ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପାଇଁ(୧୯୬ କୋଟି ୭୨ ଲକ୍ଷ ୫୭ହଜାର) , କ୍ରୀଡ । ଓ ଯୁବସେବା(୨୬୬କୋଟି ୩୯ ଲକ୍ଷ ୯୬ହଜାର), ସାଧାରଣ ଅଭିଯୋଗ ଓପେନସନ ( ୨ କୋଟି୨୩ଲକ୍ଷ ୬୮ହଜାର) , ପରିବହନ ବିଭାଗ (୬୩୯କୋଟି ୯୬ ଲକ୍ଷ ୨୨ ହଜାର) ,ଜଙ୍ଗଲ ଓ ପରିବେଶ ବିଭାଗ (୧୫୦୯କୋଟି ୬୦ ଲକ୍ଷ ୬ ହଜାର) , ସୂଚନାଓ ଲୋକସମ୍ପର୍କ ବିଭାଗ (୧୦୬ କୋଟି୩୬ ଲକ୍ଷ ୬୯ ହଜାର), ବିଜ୍ଞାନ ଓବୈଷୟିକ ଶିକ୍ଷା (୭୦ କୋଟି ୧୫ଲକ୍ଷ ୪୦ ହଜାର) , ସଂସଦୀୟବ୍ୟାପାର ବିଭାଗ (୪୧ କୋଟି ୯୮ଲକ୍ଷ ୯୪ ହଜାର), ହସ୍ତତନ୍ତ ,ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ (୧୮୩କୋଟି ୮୨ ଲକ୍ଷ ୧୪ ହଜାର),ପର୍ଯ୍ୟଟନ ବିଭାଗ(୧୯୪ କୋଟି ୨୮ଲକ୍ଷ ୮୨ ହଜାର) , ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ (୮୯୪ କୋଟି୪୭ ଲକ୍ଷ୧୬ହଜାର) , ସରକାରୀ ଉଦ୍ୟୋଗ (୮କୋଟି ୫୧ ଲକ୍ଷ ୫୦ ହଜାର) ,ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି(୩୪୫୮ କୋଟି ୭୫ ଲକ୍ଷ ୭୮ହଜାର) ,ଇଲେକ୍ଟ୍ରୋନିକ୍ସ୍ ଓ ସୂଚନାପ୍ରଯୁକ୍ତି ବିଦ୍ୟା (୧୧୮ କୋଟି ୯୨ଲକ୍ଷ ୨୪ ହଜାର),ଉଚ୍ଚଶିକ୍ଷା ବିଭାଗ(୨୩୭୭ କୋଟି ୮୩ ଲକ୍ଷ ୯୬ହଜାର) ,ଦକ୍ଷତା ବିକାଶ (୭୧୯କୋଟି ୩ ଲକ୍ଷ ୭୩ ହଜାର) ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମସଶକ୍ତିକରଣ (୩୧୬୬ କୋଟି ୬୫ଲକ୍ଷ ୭୮ ହଜାର), ବିପର୍ଯ୍ୟୟପରିଚାଳନା (୯୭୪୭ କୋଟି ୮୮ଲକ୍ଷ ୪୨ ହଜାର) ଏବଂ ଓଡିଆ ଭାଷାସାହିତ୍ୟ ଓ ସଂସ୍କୃତି (୧୭୪ କୋଟି ୪୦ଲକ୍ଷ ୮ ହଜାର) । ଉଲ୍ଲେଖଯୋଗ୍ୟଯେ ଗିଲୋଟିନ୍ ରେ ବିଭାଗ ଗୁଡିକରଖର୍ଚ୍ଚ ଦାବି ଗୃହୀତ ହେବା ପୂର୍ବରୁ ୨୦ଟି ବିଭାଗର ଖର୍ଚ୍ଚ ଦାବି ଉପରେ ବିଧିବଦ୍ଧଆଲୋଚନା ହୋଇଥିଲା ଏବଂ ପାରିତହୋଇଥିଲା । ସେଗୁଡିକ ହେଲା :-କରାଜସ୍ୱ , ଅବକାରୀ , ଜଳସମ୍ପଦ,କୃଷି ଓ କୃଷକ ସଶକ୍ତିକରଣ , ଯୋଜନାଓ ସଂଯୋଜନା , ପଂଚାୟତିରାଜ ଓପାନୀୟ ଜଳ , ଇସ୍ପାତ ଓ ଖଣି , ଶିଳ୍ପ ,ଅଣୁ କ୍ଷୂଦ୍ର ଓ ମଧ୍ୟମ ଉଦ୍ୟୋଗ ,ଅନୁସୂଚିତ ଜାତି ଓ ଜନଜାତି ,ନିର୍ମାଣ ,ଗ୍ରାମ୍ୟ ଉନ୍ନୟନ , ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ,ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ,ସ୍ୱରାଷ୍ଟ୍ର , ସାଧାରଣ ପ୍ରଶାସନ ଓସାଧାରଣଅଭିଯୋଗ ଏବଂ ଶକ୍ତିବିଭାଗ । ଓଡ଼ିଶା ସମାଚାର

About admin

Check Also

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା …

Leave a Reply

Your email address will not be published. Required fields are marked *