ବର୍ଷା କବିର କଲମକୁ ଚଳଚଂଚଳ କରିଥାଏ
ସାଲେପୁର, ୩୧/୦୭/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା) : ବର୍ଷା କବି ମନରେ ଏକ ସ୍ୱତନ୍ତ୍ର ମଦକତା ଭାବ ସୃଷ୍ଟି କରିବା ସହିତ କବିର କଲମକୁ ଚଳଚଂଚଳ କରିଥାଏ ବୋଲି କଳିଙ୍ଗ ସାହିତ୍ୟ ଏକାଡ଼େମୀ ବହୁଗ୍ରାମ ପକ୍ଷରୁ ବର୍ଷାଆସର କବିତା ପାଠ ଆଲୋଚନାଚକ୍ରରେ ବକ୍ତାମାନେ ଯୋଗଦେଇ ମତବ୍ୟକ୍ତ କରିଥିଲେ ।
ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ କଳିଙ୍ଗ ସାହିତ୍ୟ ଏକାଡ଼େମୀ ବହୁଗ୍ରାମ ପକ୍ଷରୁ ବର୍ଷାଆସର କମିତାପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ପଣ୍ଡିତ ଶରତ ଚନ୍ଦ୍ର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପ୍ରଫେସର ମଦନ ମୋହନ ଜେନା, ମୁଖ୍ୟବକ୍ତା ଭାବେ ପ୍ରଫେସର ଫକୀର ଚରଣ ନାୟକ, ସମ୍ମାନୀତ ଅତିଥି ଭାବେ ଶଶିଶେଖର ରଥ, ପ୍ରକୃତିବନ୍ଧୁ ପ୍ରମୋଦ କୁମାର ଦାଶ ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ପ୍ରାଧ୍ୟାପକ ଡ଼ଃ ପୂର୍ଣ୍ଣଚନ୍ଦ୍ର ଓଝା ସ୍ୱାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । କବିତା ପାଠ ଓ ଆଲୋଚନାଚକ୍ରକୁ ସଂଯୋଜନା କରିଥିଲେ କବୟିତ୍ରୀ ଅନୁସ୍ୱୟା ମହାରଣା, ସମୀକ୍ଷା କରିଥିଲେ କବୟିତ୍ରୀ ରବେୟା ସରୱାର ଅଅନୁଷ୍ଠାନର ପ୍ରତିଷ୍ଠାତା କବି କମ୍୍େରଡ଼ ବସନ୍ତ କୁମାର ଦାଶ, ଡ଼ଃ ଲକ୍ଷ୍ମଣ କୁମାର ଦାଶ, ଅଜୟ କୁମାର ସିଂହ, ପରମାନନ୍ଦ ମୁଦୁଲି, ଅଧ୍ୟାପକ କ୍ଷିତିଶ ଭୂୟାଁ, ଅଧ୍ୟାପକ ଡ଼ଃ ସୁଶାନ୍ତ କୁମାର ପାଢ଼ୀ, ଗଗନ ମିଶ୍ର, କବି ଚନ୍ଦ୍ରମଣୀ ଭୂୟାଁ, ରବିନ୍ଦ୍ରନାଥ ନାୟକ, ପ୍ରଣତି ମିଶ୍ର, ଗୋବିନ୍ଦ ଚନ୍ଦ୍ର ମିଶ୍ର, ଉଦୟ କେଶରୀ ବର୍ମା, ଶିବନାରାୟଣ ଦାଶ, ଅଧ୍ୟାପିକା ସୋମିନା କର, ଲକ୍ଷ୍ମୀପ୍ରିୟା ଦେବୀ, ସନାତନ ସାହୁ, କଲ୍ୟାଣୀ ମିଶ୍ର, ଗୀତା ସାହୁ, ସୈାମ୍ୟରଂଜନ ଭୂୟାଁ, କବି ଶଶିଭୂଷଣ ମିଶ୍ର, ରତ୍ନାକର ସାମଲ, ପ୍ରଜ୍ଞାନିବେଦିତା ନାୟକ, ରତ୍ନାକର ସାମଲ, ରଶ୍ମିରେଖା ତ୍ରିପାଠୀ, ପ୍ରତିସ୍ମିତା ସାହୁଙ୍କ ସମେତ ଅର୍ଦ୍ଧଶତାଧିକ କବି ଆଲୋଚକ, ପ୍ରାବନ୍ଧିକ, ଲେଖକ ଯୋଗଦେଇଥିଲେ । କବି ଶ୍ରୀମନ୍ତ ଘୋଷ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର