କଳାହାଣ୍ଡି,୩୧/୦୭/୨୦୧୯ ( ଓଡ଼ିଶା ସମାଚାର / ସଂଜୟ କୁମାର ସିଂ) –କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ବରାଖୋଜ ଗ୍ରାମର ମଙ୍ଗମାଝୀ (୨୮), ପି. ଲକି ମାଝୀ ନେହେଲା ସଂରକ୍ଷିତ ଜଙ୍ଗଲକୁ ବିଷ୍ଫୋରକ ସାମଗ୍ରୀ ଧରି ଯାଉଥିବା ସମୟରେ ଭବାନୀପାଟଣା ସଦର ପୋଲିସ ଗିରଫ କରିଛି । ତାଠାରୁ ଅତ୍ୟଧିକ ବିଷ୍ଫୋରକ ସାମଗ୍ରୀ ମିଲିଥିଲା । ସେସବୁ ହେଉଛି ଲୋକାଲ ଏସବିଏମଏଲ ଦେଶୀ ବନ୍ଧୁକ, ୨୦ଟି ଜିଲୋଟିନ, ୫ଟି ଇଲେକ୍ଟ୍ରିକ୍ ଡେଟୋନେଟର, ୯୫ ମିଟର ଇଲେକ୍ଟ୍ରି ତାର, ୪୫ଟି ସିପିଆଇ ଲିଫଲେଟ ଓ ବିଷ୍ଫୋରକ ଜବତ କରିଛି । ପୋଲିସ ସନ୍ଧାନରୁ ଜଣାପଡିଛି ଯେ ତା.୦୫.୧୦.୨୦୧୫, ଗ୍ରାମ – ମଙ୍ଗୁଡା, ନେହେଲାଜଙ୍ଗଲ ନିକଟରେ, ତା. ୨୭.୧୨.୨୦୧୬ ଗ୍ରାମ – ମେରକୁଲ, ଟେଙ୍ଗବିଲ ପାହାଡରେ ନକ୍ସଲ ମିଟିଙ୍ଗ ହୋଇଥିଲା । ମଙ୍ଗୁ ମାଝୀ ନକ୍ସଲମାନଙ୍କୁ ଖାଇବା ସାମଗ୍ରୀ, ପୋଷ୍ଟର ଓ ଅନେକ ପ୍ରକାର ବିଷ୍ଫୋରକ ଯୋଗାଉଥିଲା ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ଓଡ଼ିଶା ସମାଚାର
