Saturday , October 23 2021
Home / ବିଶେଷ / ୭ମ ନବମାତୃକା ପୂଜା ପାଇଁ ପ୍ରସ୍ତୁତି ବୈଠକ

୭ମ ନବମାତୃକା ପୂଜା ପାଇଁ ପ୍ରସ୍ତୁତି ବୈଠକ

(ସେପ୍ଟେମ୍ବର ୨୯ରେ ପୂଜା ପାଇବେ ୯ଜଣ ମାଆ)
ଭୁବନେଶ୍ୱର,୨୯/୦୭/୨୦୧୯ ( ଓଡ଼ିଶା ସମାଚାର)- ‘ନବମାତୃକା ପୂଜା କମିଟି’ ଭୁବନେଶ୍ୱର ତରଫରୁ ସମାଜର ମହିୟସୀ ମା’ମାନଙ୍କୁ ପୂଜା କରିବା ପାଇଁ ଚଳିତବର୍ଷ ୭ମ ନବମାତୃକା ପୂଜା ପାଇଁ ସହିଦନଗରସ୍ଥିତ ଆର୍ଯ୍ୟସମାଜ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଆବାହିକା ଡ. ଶକୁନ୍ତଳା ବଳିୟାରସିଂହ ସଭାପତିତ୍ୱ କରିଥିବାବେଳେ ସମ୍ପାଦିକା ମମତା ମହାପାତ୍ର ପରିଚାଳନା କରିଥିଲେ । ଚଳିତବର୍ଷ ସେପ୍ଟେମ୍ବର ୨୯ ତାରିଖ ଦିବା ୧୦ ଘଟିକାରେ ରାଜ୍ୟର ବିଭିନ୍ନ ଅଂଚଳରୁ ୭୦ ବର୍ଷରୁ ଉଦ୍ଧ୍ୱର୍ ବିଭିନ୍ନ କ୍ଷେତ୍ରରେ ଗରିୟସୀ ଓ ବରିୟସୀ ୯ଜଣ ମାଆମାନଙ୍କୁ ଯଜ୍ଞାଦି କର୍ମ ସହ ପ୍ରଣମ୍ୟ ପତ୍ର ପ୍ରଦାନ କରାଯାଇ ପୂଜା କରାଯିବ ବୋଲି ସ୍ଥିର କରାଯାଇଛି । ବିଶେଷକରି ସାହିତ୍ୟିକା ମା, ସମାଜସେବୀ ମା’, ଶିକ୍ଷା ମା’, ଚିକିତ୍ସିକା ମା’, କଳାକାର ମା’, ଶିଳ୍ପୀ ମା’, ଗୃହିଣୀ ମା’, କୃଷି ମା’ ଓ ଆଧ୍ୟାତ୍ମିକା ମା’ ଭାବରେ ୯ଜଣଙ୍କୁ ପୂଜା କରାଯିବ । ଏହି ବୈଠକରେ ଅନ୍ୟତମ ସଦସ୍ୟ ସଦସ୍ୟା ଶାଶ୍ୱତୀ ବଳ, ଡ. ପ୍ରଭାବତୀ ପଣ୍ଡା, ଡ. ସଂଘମିତ୍ରା ମିଶ୍ର, ଆଶାଲତା ଦାଶ, ଗୀତାଞ୍ଜଳି ସିଂହ, ବିରେନ୍ଦ୍ର କର, ସୀତା ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଚଳିତ ବର୍ଷ ନବମାତୃକା ପୂଜାକୁ ସରସ ଓ ସୁନ୍ଦର କରିବା ପାଇଁ ସିଦ୍ଧାନ୍ତ ନିଆଯାଇଛି । ଶେଷରେ ଯଜ୍ଞର ଯଜମାନ ଶିଳ୍ପୀ ବେଣୁ ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *