ଭୁବନେଶ୍ୱର,୩୦/୦୭/୨୦୧୯ ( ଓଡ଼ିଶା ସମାଚାର)- ଓଡ଼ିଶାରେ ଡ଼ାକ୍ତର ଏବଂ ଆଇନଜୀବୀ ମାନଙ୍କ ଉପରେ ଅସାମାଜିକ ବ୍ୟକ୍ତିମାନଙ୍କ ଆକ୍ରମଣ ପାଇଁ ଇଣ୍ଡିଆନ ସିଟିଜେନନ ପାର୍ଟି (ଆଇସିପି) ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି ।
ଡ଼ାକ୍ତର ଏବଂ ଆଇନଜୀବୀ ମାନଙ୍କର ସୁରକ୍ଷା, ନିରାପତା ଏବଂ ମର୍ଯ୍ୟାଦା ଶତ ପ୍ରତିଶତ ଅକ୍ଷୁର୍ଣ୍ଣ ରଖିବା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ପାଇଁ ଇଣ୍ଡିଆନ ସିଟିଜେନସ ପାର୍ଟି (ଆଇସିପି) ଦାବି କରିଛି । ଡ଼ାକ୍ତର ଏବଂ ଆଇନଜୀବୀ ମାନଙ୍କୁ ଧମକ ଚମକ କଲେ କିମ୍ବା ଅଶ୍ଲୀଳ ଭାଷାରେ ଗାଳିଗୁଲକ କଲେ କିମ୍ବା ଦୁର୍ବ୍ୟବହାର କଲେ କିମ୍ବା ଆକ୍ରମଣ କଲେ ଏହାକୁ ଜାମିନ ବିହୀନ ଅପରାଧ ଭାବେ ଘୋଷଣା କରିବାକୁ ଏବଂ ଅପରାଧୀମାନଙ୍କୁ ସର୍ବନିମ୍ନ ୧୧ ବର୍ଷ ଜେଲ ଏବଂ ୧୦ ହଜାର ଟଙ୍କା ଅର୍ଥଦଣ୍ଡ ବ୍ୟବସ୍ଥା କରିବାକୁ ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇସିପି) ଦାବି କରିଛି । ଏଥିପାଇଁ ଏକ ଡ଼୍ରାଫ୍ଟ ବିଲ୍ ପ୍ରସ୍ତୁତ କରିବା ପାଇଁ ଡ଼ାକ୍ତର ଏବଂ ଆଇନଜୀବୀ ମାନଙ୍କ ଠାରୁ ଇଣ୍ଡିଆନ ସିଟିଜେନସ୍ ପାର୍ଟି ମତାମତ ଆହ୍ୱାନ କରୁଛି । ମୋବାଇଲ ନମ୍ବର ୮୪୮୦୨୬୬୦୦୩ରେ ଯୋଗାଯୋଗ ପାଇଁ ଅନୁରୋଧ କରାଯାଇଛି । ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇସିପି) ସରକାର ଗଢିଲେ ଡ଼ାକ୍ତର ଏବଂ ଆଇନଜୀବୀ ମାନଙ୍କର ସୁରକ୍ଷା, ନିରାପତା ଏବଂ ମର୍ଯ୍ୟାଦା ଶତପ୍ରତିଶତ ଅକ୍ଷୁର୍ଣ୍ଣ ରଖିବା ପାଇଁ ସ୍ୱତନ୍ତ୍ର ଆଇନ୍ ତୁରନ୍ତ ପ୍ରଣୟନ କରାଯିବ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତିରେ ଘୋଷଣା କରିଛନ୍ତି । ଓଡ଼ିଶା ସମାଚାର