Tuesday , October 3 2023
Breaking News
Home / ଶିକ୍ଷା / ସରସ୍ୱତୀ ଶିଶୁ ମନ୍ଦିରରେ ଶିଶୁ ବାଟିକା ର ମାତୃ ସମ୍ମିଳନୀ

ସରସ୍ୱତୀ ଶିଶୁ ମନ୍ଦିରରେ ଶିଶୁ ବାଟିକା ର ମାତୃ ସମ୍ମିଳନୀ

ଭୁବନ,୨୯/୦୭/୨୦୧୯(ଓଡ଼ିଶା ସମାଚାର)-ଭୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ର ଉପସଭାପତି ଅଲେଖ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି,ପୂର୍ବତନ ଉପସଭାପତି ହୃଷିକେଶ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶିଶୁ ମାନଙ୍କର ବିକାଶ ରେ ମା” ମାନଙ୍କର ଭୂମିକା ସଂପର୍କରେ ସତ୍ ମାର୍ଗ ଦର୍ଶନ କରାଯାଇଥିଲା । ଶିଶୁ ବାଟିକା ପ୍ରମୁଖ ମମତା ମଂଜରୀ ଧୀର,ସୁସ୍ୱପ୍ନା ସାହୁ,ଅନସୂୟା ସାହୁ,ଲୋପାମୁଦ୍ରା ବେହେରା,ରମାକାନ୍ତ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥରଲେ । ପ୍ରଧାନଆଚାର୍ଯ୍ୟ ଇନ୍ଦୁଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *