କେନ୍ଦ୍ରାପଡା, ୩୦/୦୭/୨୦୧୯ ( ଓଡ଼ିଶା ସମାଚାର)- ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏବଂ ଅନ୍ୟ ଜଣେ ସଦସ୍ୟା ମନ୍ଦାକିନି କର କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଜିଲ୍ଲାର ୨ଟି ଶିଶୁ ଯତ୍ନ ଅନୁଷ୍ଠାନରେ ପିଲା ମାନଙ୍କୁ ୟୁନିସେଫ ପକ୍ଷରୁ ମିଳିଥିବା ଫୋନିବାତ୍ୟା ସହାୟତା ରିଲିଫ ଯଥା ସୋଲାର ଲାଇଟ, ହାଇଜେନିକ କିଟ, ପାଣି ଟାଙ୍କି ଓ ଖେଳ ସାମଗ୍ରୀ ପ୍ରଭୃତି ପ୍ରଦାନ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ଲୁଥେରାନ ମହିଳା ସମିତିର ପିଲାମାନଙ୍କୁ ସାମଗ୍ରୀ ପ୍ରଦାନ କରିବା ପରେ କିଶୋର ନ୍ୟାୟାଳୟକୁ ଯାଇ ସେଠାରେ କିଶୋର ନ୍ୟାୟ ପରିଷଦର ଅଧ୍ୟକ୍ଷ ବିଶ୍ୱ ରଞ୍ଜନକୁ ଭେଟି ଆଲୋଚନା କରିବା ସହିତ ଶ୍ରୀ ବଳଦେବ ଜୀଉଙ୍କୁ ଦର୍ଶନ କରିଥିଲେ । ଏହା ପରେ କୋରୁଆ ଠାରେ ଥିବା ପଲ୍ଲିଶ୍ରୀ ମହିଳା ସମିତିକୁ ପରିଦର୍ଶନରେ ଯାଇ ଅନ୍ତେବାସୀମାନଙ୍କୁ ରିଲିଫ ସାମଗ୍ରୀ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅନୁଷ୍ଠାନିକ ଅଧିକାରୀ ବାଦଲ ଦାଶ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସ୍ମିତାଞ୍ଜଳୀ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର