Monday , October 18 2021
Breaking News
Home / ଶିକ୍ଷା / ମୋସ୍କୁଲ ଅଭିଯାନର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

ମୋସ୍କୁଲ ଅଭିଯାନର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

କେନ୍ଦ୍ରାପଡା, ୩୦/୦୭/୨୦୧୯ ( ଓଡ଼ିଶା ସମାଚାର)- ମୋସ୍କୁଲ ଅଭିଯାନର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋସ୍କୁଲ ଅଭିଯାନ ଯୋଜନାରେ ସ୍କୁଲର ଆବଶ୍ୟକତା ଅନୁଯାଇ ପ୍ରକଳ୍ପ ନିଆଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସମ୍ପର୍କରେ ବୈଠକରେ ଉପସ୍ଥିତ ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲାପାଳ ଶ୍ରୀ ବର୍ମା ବୁଝାଇବା ସହ ଏହା କିଭଳି ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟକାରି ହୋଇପାରିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ବୁଧବାର ଠାରୁ ପ୍ରତ୍ୟେହ ୧୧ଟା ୧୫ମିନିଟ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀମାନେ ଏସ.ଆଣ୍ଡ ଏମଇ ହ୍ୱାଟସଅପ ଗ୍ରୁପରେ ସେମାନଙ୍କ ଅଧିନରେ ଥିବା ପ୍ରତ୍ୟେକ ସ୍କୁଲର ନାମ ସହିତ ଉପସ୍ଥିତ ଓ ଅନୁପସ୍ଥିତ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସଂଖ୍ୟା କ୍ଲଷ୍ଟର ୱାରି ପଠାଇବେ । ଏଥିରେ ଖିଲାପ କଲେ ସେମାନଙ୍କ ଦରମା ବନ୍ଦ କରାଯିବା ସହ  ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏକ ସପ୍ତାହ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀମାନେ ସେମାନଙ୍କ କାର୍ଯ୍ୟାଳୟରେ ବାଇଓମେଟ୍ରିକ ମେସିନ ଲଗାଇବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ନଚେତ ସେହି ମାସର ଦରମା ଉଠାଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ । ଏହି ସମୀକ୍ଷାରୁ ଜଣାପଡିଥିଲା ଯେ ଜିଲ୍ଲାର ୪୪୬ଟି ସ୍କୁଲରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ପାଇଁ ଅଲଗା ପାଇଖାନା ବ୍ୟବସ୍ଥା ନାହିଁ,୫୦୨ଟି ସ୍କୁଲରେ ବିଦ୍ୟୁତ ସଂଯୋଗ ନାହିଁ, ୩୦ଟି ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ନାହିଁ,୨୭ଟି ସ୍କୁଲରେ ବିଦ୍ୟୁତ ସଂଯୋଗ ଥିଲେବି ସେଠାରେ ଲାଇଟ କିମ୍ବା ଫ୍ୟାନ ବ୍ୟବହାର ହେଉନାହିଁ,୯୫ଟି ସ୍କୁଲରେ ସ୍କୁଲ ପରିଚାଳନା କମିଟି ଗଠନ ହୋଇନାହିଁ  । ଆସନ୍ତା ଅଗଷ୍ଟମାସ ୩୦ତାରିଖ ସୁଦ୍ଧା ଜିଲ୍ଲାର ଶତ ପ୍ରତିଶତ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା,ବିଦ୍ୟୁତ ବ୍ୟବସ୍ଥା ଓ ପରିମଳ ବ୍ୟବସ୍ଥା ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି । ପ୍ରତ୍ୟେକ ସ୍କୁଲରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାଧ୍ୟମରେ ସ୍କୁଲ ପୋଷାକ କିଣାଯାଇ ଅଗଷ୍ଟମାସ ୧୫ତାରିଖରେ ବଂଟନ କରାଯିବାକୁ ଜିଲ୍ଲାପାଳ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ସ୍କୁଲ ଗୁଡିକରେ ପାଠାଗାର ଅଛିକି ନାହିଁ ସେ ସମ୍ପର୍କରେ ସମୀକ୍ଷା କରି ଜିଲ୍ଲାପାଳ ପ୍ରତ୍ୟେକ ସ୍କୁଲରେ ପାଠାଗାର ପ୍ରତିଷ୍ଠା ସହିତ ସେଥିପାଇଁ ଆବଶ୍ୟକ ପୁସ୍ତକ ରଖାଯିବାକୁ ନିର୍ଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବର୍ମା ପ୍ରତ୍ୟେକ ସ୍କୁଲରେ ବୃକ୍ଷରୋପଣ ଯେପରି କରାଯାଏ ତାହା ଉପରେ ଗୁରୁତ୍ୱାରୋପ କରିବା ସହ ସଂପୃକ୍ତ ସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀମାନେ ବୃକ୍ଷରୋପଣ କରିବା ସହିତ ତାହାର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ବିଭିନ୍ନ ବ୍ଲକକୁ ଗସ୍ତ ସମୟରେ ସ୍କୁଲ ଗୁଡିକ ପରିଦର୍ଶନ କରି ନିଷ୍ପତି କାର୍ଯ୍ୟକାରି ହୋଇଛିକି ନାହିଁ ଦେଖିବେ । ଏହି ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀଣୀ କଳ୍ପନା ବେହେରା, ସାଥର ଜିଲ୍ଲା ସଂଯୋଜକ ଡଃ. ସେକ ସମସୁର ଆଫିନ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷା ମୀନାକ୍ଷି ମହାପାତ୍ର, ମୋସ୍କୁଲ ଅଭିଯାନ ଜିଲ୍ଲା କମିଟିର ମନୋନିତ ସଦସ୍ୟ ଡଃ.ବାସୁଦେବ ଦାସ, ଧିରେନ ସାହୁ, ହେମନ୍ତ ଜେନା, କେନ୍ଦ୍ରାପଡା, ଆଳି, ରାଜନଗର, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ, ଡେରାବିଶ ଓ ଗରଦପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ଗରଦପୁର ବ୍ଲକର ନୋଡାଲ ପ୍ରଧାନଶିକ୍ଷକ ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଋଷ ଦେଶର ଟ୍ୟାଙ୍କ୍

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଋଷ ଦେଶର …

Leave a Reply

Your email address will not be published. Required fields are marked *