ଭୁବନ,୨୯/୦୭/୨୦୧୯(ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷଛାତ୍ରଛାତ୍ରୀ ଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧ୍ୟାପକ ଡମ୍ବରୁଧର ମହାନ୍ତ ଙ୍କ ସଭାପତିତ୍ୱରେ କଳା,ବିଜ୍ଞାନ,ବାଣିଜ୍ୟ,ବୈଷୟିକ ବିଭାଗର ସମସ୍ତ ନୂତନ ଛାତ୍ରଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ଡକ୍ଟର କୈଳାସ ଚନ୍ଦ୍ର ଦାସ,ଅଧ୍ୟାପକ ସୁଧାଂଶୁ ପାତ୍ର,ଅନିଲ କୁମାର ଜେନା,ପ୍ରବୀର ବିଶ୍ୱାଳ,ସତ୍ୟ ପ୍ରକାଶ ଦାସ,କୈଳାସ ପାତ୍ର,ସୁରେନ୍ଦ୍ର କୁମାର ସିଂ,ଅଧ୍ୟାପିକା ସ୍ୱପ୍ନିତା ରାଉତ,ପ୍ରଦୀପ୍ତା ମହାପାତ୍ର,ଶୁଭସ୍ମିତା ବିଶ୍ୱାଳ,ଅର୍ଚ୍ଚିତା ମାନସିଂ,ଲଳିତ କୁମାର ବେହେରା,ପରେଶ ଚନ୍ଦ୍ର ବେହେରା,ବିନୟ ଦାସ,ଫକୀର ମୋହନ ଲେଙ୍କା ମହାବିଦ୍ୟାଳୟର ନିୟମ କାନୁନ ସଂପର୍କରେ ଅବଗତ କରାଇ କଲେଜରେ ଶାନ୍ତି ଶୃଙ୍ଖଳା ରକ୍ଷାକରି ଆଦର୍ଶ ଛାତ୍ରଛାତ୍ରୀ ତଥା ସୁନାଗରିକ ହେବାକୁ ମାର୍ଗଦର୍ଶନ କରିଥିଲେ । ନୂତନ ଛାତ୍ରଛାତ୍ରୀ ମାନେ ସେମାନଙ୍କର ପରିଚୟ ଏବଂ ଜୀବନର ଲକ୍ଷ୍ୟ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ଚିତ ରଂଜନ ଦାଶ ଙ୍କ ବାର୍ତା ପଠନ କରାଯାଇଥିଲା । ଶେଷରେ ଅଧ୍ୟାପିକା ଦିପ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର