Friday , September 22 2023
Breaking News
Home / ତାଜା ଖବର / ପ୍ରେମରେ ବିଫଳ ଯୁବକୁ ନିଜ ତଂଟି କାଟିଲେ

ପ୍ରେମରେ ବିଫଳ ଯୁବକୁ ନିଜ ତଂଟି କାଟିଲେ

କେନ୍ଦ୍ରାପଡା, ୩୦/୦୭/୨୦୧୯ ( ଓଡ଼ିଶା ସମାଚାର)- ଏକ ତରଫା ପ୍ରେମର କରୁଣ ପରିଣତି ଶେଷରେ ଜନୈକ ଯୁବକ ନିଜ ତଂଟି କାଟି ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହେବା ଭଳି ଘଟଣା ଦେଖିବାକୁ ମିଳିଛି  ।   ଘଟଣାରୁ ପ୍ରକାଶ ଯେ ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗ୍ରାମର ରାଜକିଶୋର ଦାସ ନାମକ  ଯୁବକ ନିକଟସ୍ଥ ଗ୍ରାମର ଜନୈକା ଯୁବତୀଙ୍କୁ ଭଲ ପାଉଥିଲେ । ଯୁବତୀ ଜଣକ ଯୁବକକୁ ଭଲ ନପାଇବାରୁ ଏଥିରେ କ୍ରୋଧାନ୍ୱିତ ହୋଇ ଯୁବକ ଜଣକ ଆଜି ଦରବଚ୍ଛା ଛକରେ ନିଜ ତଂଟିକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ଫଳରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସେହି ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଯୁବକଙ୍କୁ କଟକ ବଡ ଡାକ୍ତରଖାନାନୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ପୁଅକୁ ହତ୍ୟା ପାଇଁ ଷଢଯନ୍ତ୍ର କରାଯାଇଥିବା ଏକ  ଅଭିଯୋଗ ସଂପୃକ୍ତ ତଂଟିକଟା ଯୁବକର ମା ମାର୍ଶାଘାଇ ଥାନାରେ  କରିଛନ୍ତି ।  ଅପର ପକ୍ଷରେ ସଂପୃକ୍ତ ଯୁବତୀଙ୍କ ପକ୍ଷରୁ ମଧ୍ୟ ମାର୍ଶାଘାଇ ଥାନାରେ ଅନ୍ୟ ଏକ ଅଭିଯୋଗ କରାଯାଇଥିବା ଜଣାପଡଡିଛି । ଯୁବକ ଜଣକ ଜନୈକ ଯୁବତୀକୁ ଏକ ତରଫା ପ୍ରେମକରି ଆସୁଥିଲେ । ହେଲେ ଯୁବତୀ ଜଣକ ସେହି ଯୁବକକୁ ଭଲ ନପାଇ ଅନ୍ୟ ଏକ ପୁଅ ସହିତ ପ୍ରେମ ସଂପର୍କ ରଖିବାର ଖବର ପାଇ ଯୁବକ ଜଣକ ଏପରି କରିଥିବା ଆଲୋଚନା ହେଉଥିବା  ଶୁଣିବାକୁ ମିଳିଛି  । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *