Friday , October 22 2021
Breaking News
Home / ବିଶେଷ / ପଲିଥିନ ତଳେ ବିତୁଛି କଳାକାରଙ୍କ ଜୀବନ – ସରକାରୀ ସାହାଯ୍ୟ ମିଳିବ କବେ ?

ପଲିଥିନ ତଳେ ବିତୁଛି କଳାକାରଙ୍କ ଜୀବନ – ସରକାରୀ ସାହାଯ୍ୟ ମିଳିବ କବେ ?

ନାଉଗାଁ. ୨୯/୦୭/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଂଚାୟତ ରଘୁନାଥପୁର ଗ୍ରାମରେ ଚନ୍ଦେଶ୍ୱର ଲେଙ୍କା ଙ୍କ ଘର । ପରିବାର କହିଲେ  ବୃଦ୍ଧା ମା କଷି ଦେଇ,ପତ୍ନୀ ଫୁଲଣା ସହିତ ୨ ପୁଅ । ପରିବାର କହିଲେ ଏହି ୫ ଜଚ୍ଚ । ଚନ୍ଦେଶ୍ୱର ଜଣେ ମୂର୍ତି କାରିଗର । ଦୀର୍ଘ ୩୦ ବର୍ଷ ହେବ ସେ ବିଭିନ୍ନ ପ୍ରକାର ମୂର୍ତି ନିର୍ମାଣ କରି ତାହାକୁ ବିକ୍ରିକରିି ନିଜର ଗୁଜୁରାଣ ମେଂଟାଇ ଥାନ୍ତି । ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଦୁର୍ବଳ  । ଘରେ ୯୩ ବର୍ଷର ବୃଦ୍ଧା ମା,୨ ପିଲା ଙ୍କ ପାଠ ପଢା ସହିତ ୨ ବେଳା ୨ ମୁଠା ଖାଇବା ଯୋଗାଡ କରିବା ଚନ୍ଦେଶ୍ୱର ଙ୍କ ପାଇଁ କାଠିକରପାଠ । ବିଭିନ୍ନ ପର୍ବ ପର୍ବାଣି ଯଥା ଗଣେଶ ପୂଜା,ସରସ୍ୱତୀ ପୂଜା,ଖୁଦୁରୁକୁଣି ଆଦି ପର୍ବ ପର୍ବାଣୀରେ ଚନ୍ଦେଶ୍ୱର ମୂର୍ତି ତିଆରି କରି ବିକ୍ରିକରି ସେଥିରେ ନିଜର ଗୁଜୁରାଣ ମେଂଟାଇଥାନ୍ତି । ବର୍ତମାନ ଅତ୍ୟାଧୁନିକ ଯୁଗରେ ମେସିନ ଛାଂଚ ତିଆରି ମୂର୍ତୀ ବଜାରରେ ମିଳୁଥିବାରୁ ଚନ୍ଦେଶ୍ୱର ଙ୍କ ହାତ ତିଆରି ମୂର୍ତିର ଚାହିଦା ମଧ୍ୟ କମିଗଳାଣି । ଆଗ ଅପେକ୍ଷା ମୂର୍ତି ବିକ୍ରି କମିବାରୁ ଆର୍ଥିକ ବୋଝ ମଧ୍ୟ ଦିନ କୁ ଦିନ ବଢିବାରେ ଲାଗିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରଙ୍କର କଳାକାର ଓ ଗରିବ ଶ୍ରେଣୀର ଲୋକ ମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହିତ କରାଯାଉଥିବା ବେଳେ ଚନ୍ଦେଶ୍ୱର ଙ୍କୁ କେବଳ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ମୁଣ୍ଡ ଗୁଂଜିିବା ପାଇଁ ଘର ଖଣ୍ଡେ ନଥିବା ବେଳେ ୫ ପ୍ରାଣି ପଲିଥିନ ତଳେ ଏବେ ବି ଜୀବନ ନିର୍ବାହ କରୁଛନ୍ତି ।   ଘର ଥିଲାବାଲା ଲୋକ ଘର ପାଉଥିବା ବେଳେ ବର୍ଷ ବର୍ଷ ଧରି ପଲିଥିନ ତଳେ ରହି ବାରମ୍ବାର ଘର ପାଇଁ ଆବେଦନ କଲେ ମଧ୍ୟ ତାଙ୍କ ଆବେଦନ କୁ ବିଚାରକୁ ନିଆଯାଉ ନାହିଁ । ଯାହା  ତାଙ୍କୁ ଚକିତ କରିଛି ।   ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ନିଜେ ଘର ଖଣ୍ଡେ କରିପାରୁ ନାହାନ୍ତି । ବର୍ତମାନ ବିଭିନ୍ନ ପଂଚାୟତକୁ ଘର ଆସିଥିବା ବେଳେ ଚନ୍ଦେଶ୍ୱର ଆବେଦନ କରିଥିଲେ ମଧ୍ୟ ଉକ୍ତ ପଂଚାୟତର ତାଲିକାରୁ ତାଙ୍କ ନାମ ନଥିବା ଜଣାଯାଇଛି । ସେହିପରି ନିଜେ ଜଣେ କାରିଗର ହୋଇଥିବା ବେଳେ ନିଜର ବ୍ୟବସାୟ କୁ ଅତ୍ୟାଧୁନିକ ଢଙ୍ଗରେ କରିବାକୁ ଇଚ୍ଛା ଥିଲେ ମଧ୍ୟ ଅର୍ଥ ଅଭାବରୁ କରିପାରୁ ନାହାନ୍ତି । କେବଳ ଯେ ଘର ତାଙ୍କୁ ମିଳୁ ନାହିଁ ସେ କଥା ନୁହେଁ ଜଣେ ମୂର୍ତି କାରିଗର ହୋଇ ବି ସରକାର ଙ୍କ କଳାକାର ଭତା ଯୋଜନାରୁ ସେ ବଂଚିତ ହୋଇଥିବା ଜଣାଯାଇଛି । ବାରମ୍ବାର କଳାକାର ଭତା ପାଇଁ ଆବେଦନ କଲେ ମଧ୍ୟ ତାଙ୍କ ଆବେଦନ କୁ ବିଚାର କୁ ନିଆଯାଉ ନାହିଁ । କଳାକାର ଭତା ପାଇଲେ ହୁଏତ ପରିବାରକୁ କିଛିଟା ସହାୟତା ହୋଇ ପାରନ୍ତା ବୋଲି ସେ କହିଛନ୍ତି । କଳାକାର ଭତା ସହିତ ବାସ ଗୃହ ଖଣ୍ଡେ ଯୋଗାଇ ଦେବା ପାଇଁ ସେ ପ୍ରଶସାନ ନିକଟରେ ଆକୁଳନିବେଦନ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *