କେନ୍ଦ୍ରାପଡା, ୨୯/୦୭/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ସହ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟର କର୍ମକର୍ତାମାନେ ସୋମବାର ପୂର୍ବାହ୍ନରେ ଭେଟି ବିଶଦ୍ ଭାବରେ ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ଏହି ଜିଲ୍ଲା ଏକ କୃଷି ଭିତିକ ଜିଲ୍ଲା ହୋଇଥିବାରୁ ଜଳସେଚନ, ଶୀତଳ ଭଣ୍ଡାର ସ୍ଥାପନ, ଜଝାଙ୍ଗଠାରେ କୃଷିି ବିଶ୍ୱବିଦ୍ୟାଳୟ ସ୍ଥାପନ, ଜିଲ୍ଲାରେ ମେଡିକାଲ୍ କଲେଜ୍ ଅଥବା ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ୍, ବିଶ୍ୱ ବିଦ୍ୟାଳୟ ସ୍ଥାପନ, ପର୍ଯ୍ୟଟନର ବିକାଶ ପାଇଁ ଖସଡା ପ୍ରସ୍ତୃତି, ନଦୀ ଭିତିକ ବନ୍ଦର ସ୍ଥାପନ, ଜିଲ୍ଲାର ଯୋଜନା ଖସଡା ପ୍ରସ୍ତୃତ ଏବଂ ସର୍ବୋପରି ସର୍ବ ପୁରାତନ ମ୍ୟୁନିସିପାଲିଟି କେନ୍ଦ୍ରାପଡାର ସର୍ବାଙ୍ଗୀନ ଉନ୍ନତି ସଂପର୍କରେ ଆଲୋଚନା କରାଯାଇଥିଲା । ଆଲୋଚନାରେ ସଂଗଠନର ସଭାପତି ଡଃ. ଅଲେଖ ଚନ୍ଦ୍ର ପଢିଆରୀ, ସଂପାଦକ ଅଧ୍ୟାପକ ଅଜୟ ସାମଲ, ସୁରେଶ ଚନ୍ଦ୍ର ମନ୍ତ୍ରୀ, ଡଃ. ଅମୀୟ କୁମାର ମହାନ୍ତି, ଚୈାଧୁରୀ ସାରଦା ପ୍ରସନ୍ନ ଦାସ, ପ୍ରଫେସର ନିହାର ରଂଜନ ବେଉରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବିଧାୟକ ଏବଂ ଲୋକସଭା ସାଂସଦଙ୍କ ସହ ମିଶି ଆଲୋଚନା କରିବା ପାଇଁ ନିଷ୍ପତି ନିଆଯାଇଛି । ଓଡ଼ିଶା ସମାଚାର