Sunday , October 17 2021
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜରେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

କେନ୍ଦ୍ରାପଡା କଲେଜରେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

କେନ୍ଦ୍ରାପଡା, ୨୯/୦୭/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା କଲେଜ ସମ୍ମିଳନୀ କକ୍ଷରେ ସୋମବାର ପୂର୍ବାହ୍ନରେ +୨ ପ୍ରଥମ ବର୍ଷ କଳା,ବାଣିଜ୍ୟ ଓ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତାକରି   ଶୃଙ୍ଖଳାର ସହିତ ପାଠପଢାରେ ମନୋନିବେଶ କରିଲେ ଭବିଷ୍ୟତ କିଭଳି ଉଜ୍ଜ୍ୱଳମୟ ହୋଇପାରିବ ସେ  ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସାହାବୁଦ୍ଦିନ ଅଲ୍ଲୀ ଉପସ୍ଥିତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହିତ +୨ ପାଠ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମଂଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ ସହିତ ସଂକ୍ଷୀପ୍ତ ଉଦବୋଧନ  ରଖିଥିଲେ  ପ୍ରାଧ୍ୟାପକ ତପନ କୁମାର ପତି । ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ଡ.ଜ୍ଞାନୀନ୍ଦ୍ର ଦାଶ ଛାତ୍ରଛାତ୍ରୀମାନଙ୍କୁ କଲେଜର ଐତିହ୍ୟ ଓ ନାକ ମାନ୍ୟତା ସମ୍ପର୍କରେ ସୂଚନା ଦେଇଥିଲେ । ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଧ୍ୟାପକ ରାମଚନ୍ଦ୍ର ପାତ୍ର ପିଲାମାନଙ୍କ କଲେଜ ପାଠପଢା ଓ ଅନ୍ୟ ପାଠପଢା ପରେ ନିଜସ୍ୱ  ଅଧ୍ୟୟନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ଏବଂ ଶତକଡା ୯୪ ପ୍ରତିଶତ ନମ୍ବର ରଖିଲେ ବଡ ବଡ କଲେଜରେ ସ୍ଥାନ ମିଳିପାରିବ ବୋଲି ଉଲ୍ଲେଖ କରିଥିଲେ । ପଦାର୍ଥ ବିଜ୍ଞାନର ଅନ୍ୟତମ ବରିଷ୍ଠ ଅଧ୍ୟାପକ ରଞ୍ଜିତ କୁମାର ଦାସ କଲେଜ ସହିତ ପିଲାମାନଙ୍କୁ ପରିଚିତ କରାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଏକ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସଭାର ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ପ୍ରଥମ ବର୍ଷର ପିଲାମାନେ ସେମାନଙ୍କ କୃତଜ୍ଞତା ଓ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ପ୍ରଥମ ବର୍ଷ ବିଜ୍ଞାନ ବିଭାଗରୁ ନମିତା ମିଶ୍ର,କଳା ବିଭାଗରୁ ଅନୁରାଧା ଦାସ ଓ ବାଣିଜ୍ୟ ଭିଭାଗରୁ ହେଲେନ ପ୍ରିୟା ସୁତାର ଓ ଦ୍ୱିତୀୟ ବର୍ଷ ପିଲାମାନଙ୍କ ମଧ୍ୟରୁ ରାଜେନ୍ଦ୍ର ପାତ୍ର ଓ ଲୋକନାଥ ଦାସ ଏହି ସ୍ୱାଗତ ଉତ୍ସବରେ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ । ଏହି ଅବସରରେ କଲେଜ ଅଧ୍ୟକ୍ଷ ଡଃ.ତ୍ରିପାଠୀ ସମସ୍ତ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉତ୍କର୍ଷ କାମନା କରିଥିଲେ । ଅଧ୍ୟାପକ ମନୋଜ ମିଶ୍ର ଓ ତୁଷାରକାନ୍ତି ଭୂୟାଁ ଉତ୍ସବ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପୂଜା ଛୁଟି ପରେ ସ୍କୁଲ ଖୋଲିବ

ଭୁବନେଶ୍ୱର,୧୪/୧୦/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସ୍ଥିତି ଉଦବେଗ ଜନକ ନୁହେଁ । କରୋନା ସ୍ଥିତି ଏବେ ରାଜ୍ୟରେ ନିୟନ୍ତୟଣାଧିନ ରହିଛି …

Leave a Reply

Your email address will not be published. Required fields are marked *