Friday , September 29 2023
Breaking News
Home / ବିଶେଷ / ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳବା ପ୍ରସଙ୍ଗ ସାରା ବିଶ୍ୱରେ ଥିବା ଓଡିଆଙ୍କ ପାଇଁ ସବୁଠୁ ମିଠା ଖବର – ଧର୍ମେନ୍ଦ୍ର ପ୍ରଧାନ

ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳବା ପ୍ରସଙ୍ଗ ସାରା ବିଶ୍ୱରେ ଥିବା ଓଡିଆଙ୍କ ପାଇଁ ସବୁଠୁ ମିଠା ଖବର – ଧର୍ମେନ୍ଦ୍ର ପ୍ରଧାନ

 ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ହେଉଥିବା ଓଡିଶାର ରସଗୋଲା ପ୍ରାଚୀନ ଓଡିଆ ସଂସ୍କୃତି ଏବଂ ଭୋଜନର ଏକ ଅଶଂବିଶେଷ

ନୂଆଦିଲ୍ଲୀ/ଭୁବନେଶ୍ୱର, ୩୦/୦୭/୨୦୧୯ ( ଓଡ଼ିଶା ସମାଚାର)- ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ସାରା ବିଶ୍ୱରେ ଥିବା ଓଡିଆଙ୍କ ପାଇଁ ସବୁଠୁ ମିଠା ଖବର ବୋଲି ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ହେଉଥିବା ଓଡିଶାର ରସଗୋଲା ପ୍ରାଚୀନ ଓଡିଆ ସଂସ୍କୃତି ଏବଂ ଭୋଜନର ଏକ ଅଶଂବିଶେଷ । ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ଓଡିଆଙ୍କ ପାଇଁ ଖୁସିର ଦିନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *