Saturday , October 16 2021
Breaking News
Home / ସ୍ୱାସ୍ଥ୍ୟ / ଏନପିସିଡିସିଏସର ପ୍ରଥମ ଟାସ୍କଫୋର୍ସ ବୈଠକ : ୨୦୨୧ ସୁଦ୍ଧା ସବୁ ଜିଲ୍ଲାରେ ଆଇସିୟୁ ସେବା

ଏନପିସିଡିସିଏସର ପ୍ରଥମ ଟାସ୍କଫୋର୍ସ ବୈଠକ : ୨୦୨୧ ସୁଦ୍ଧା ସବୁ ଜିଲ୍ଲାରେ ଆଇସିୟୁ ସେବା

ଭୁବନେଶ୍ୱର,୩୦/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-କର୍କଟ, ମଧୁମେହ, କାର୍ଡିଓ ଭାସ୍କୁଲାର ଓ ହୃଦଘାତର ନିରାକରଣ ଓ ନିୟନ୍ତ୍ରଣ ପାଇଁ କାର୍ଯ୍ୟକାରୀ ହେଉଥିବା ଜାତୀୟ ଯୋଜନା (ଏନପିସିଡିସିଏସ) ଟାସ୍କଫୋର୍ସର ପ୍ରଥମ ରାଜ୍ୟସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଟାସ୍କଫୋର୍ସର ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା । ସାମ୍ପ୍ରତିକ ସମାଜରେ ଜୀବନଶୈଳୀରେ ପରିବର୍ତନ ଯୋଗୁଁ ଅନେକ ଲୋକ କର୍କଟ, ମଧୁମେହ, ହୃଦଘାତ ଭଳି ଅଣସଂକ୍ରମିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାର ନିୟନ୍ତ୍ରଣ, ନିରାକରଣ ଓ ଚିକିତ୍ସା ପାଇଁ ବୈଠକରେ କେତେକ ନିଷ୍ପତି ଗ୍ରହଣ କରାଯାଇଛି ।

ନିଷ୍ପତି ଅନୁଯାୟୀ ୨୦୨୦ ମାର୍ଚ୍ଚ ସୁଦ୍ଧା ୧୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ସୁବିଧା ଉପଲବ୍ଧ ହେବ ଏବଂ ଅବଶିଷ୍ଟ ୧୧ଟି ଜିଲ୍ଲାରେ ଏହା ୨୦୨୧ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ । ଚଳିତ ଆରଥିକ ବର୍ଷରେ ବୟସ୍କ ଲୋକଙ୍କ ଚିକିତ୍ସାଲାଗି ଥିବା ୧୦ ଶଯ୍ୟା ବିଶିଷ୍ଟ ଜେରିଆଟିକ ୱାର୍ଡ ୧୩ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମ୍ପ୍ରସାରିତ ହେବ । ବର୍ତମାନ ୮ଟି ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ । ଏହି ଜାତୀୟ ଯୋଜନାରେ ବଧିରମାନଙ୍କ ଲାଗି କେବଳ କନ୍ଧମାଳ ଜିଲ୍ଲାରେ ଶବ୍ଦ ନିରୋଧି କୋଠରୀ ଥିବାବେଳେ ଆସନ୍ତା ଆର୍ôଥକବର୍ଷ ଶେଷସୁଦ୍ଧା ଏହା ୩୦ଜିଲ୍ଲାକୁ ସମ୍ପ୍ରସାରିତ ହେବ । ସେହିଭଳି ଚଳିତ ଆରଥିକ ବର୍ଷ ଶେଷସୁଦ୍ଧା ଏସସିବି ମେଡିକାଲ କଲେଜ ହସ୍ପିଟାଲର ଇଏନଟି ବିଭାଗରେ ଦୁଇଟି ଟେମ୍ପୋରାଲ ବୋନ ପରୀକ୍ଷାଗାର ପ୍ରତିଷ୍ଠା କରାଯିବ ।

ମେଡିକାଲ ଅଫିସର ଓ ଷ୍ଟାଫନର୍ସମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଡେ କେୟାର କେମୋଥେରାପି ସେବା ଯୋଗାଯିବ । ବର୍ତମାନ ଏହା ୨୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ରହିଛି । ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା କ୍ୟାପିଟାଲ ହସ୍ପିଟାଲ ଓ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟରୋଗୀଙ୍କ ଉପଶମ ସେବା ଉବଲବ୍ଧ ହେବ । ପରବର୍ତୀ ସମୟରେ ଏହା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା ଖୋଲାଯିବ । ଏଥିପାଇଁ କର୍ମଚାରୀମାନଙ୍କୁ କଟକଟ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ତାଲିମ ଦିଆଯିବ । ବର୍ତମାନ ୧୩ଟି ଜିଲ୍ଲାରେ ତମାଖୁ ମୁକ୍ତି କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ଚଳିତ ଆରଥିକ ବର୍ଷ ଶେଷ ସୁଦ୍ଧା ଏହା ୩୦ଟି ଜିଲ୍ଲାକୁ ସମ୍ପ୍ରସାରିତ ହେବ । ଏହି ଟାସ୍କଫୋର୍ସ ବୈଠକରେ ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମର ଏମଡି ୟାମିନି ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱତନ୍ତ୍ର ସଚିବ ଡାକ୍ତର ବି.କେ.ବ୍ରହ୍ମା ଓ ଡାକ୍ତର ହର ପ୍ରସାଦ ପଟ୍ଟନାୟକ, ଡିଏମଇଟି ସୋନାମାଲି ବାଗ, ଏଚଆରସିସିର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ, ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସମେତ ପ୍ରଫେସର ଡାକ୍ତର ବି.ଏନ. ମହାପାତ୍ର, ପ୍ରଫେସର ଡାକ୍ତର ଚିତ ରଞ୍ଜନ କର, ସହଯୋଗୀ ପ୍ରଫେସର ଡାକ୍ତର ଏନ.କେ.ମହାନ୍ତି, ଡାକ୍ତର ମୀନାକ୍ଷୀ ମହାନ୍ତି ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୦କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ବୁଧବାର୧୦ଜଣ କରୋନା ପଜିଟିଭ ବାହାରିଥିବା  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା …

Leave a Reply

Your email address will not be published. Required fields are marked *