Monday , January 24 2022
Breaking News
Home / ବିଶେଷ / ଆଶାପ୍ରଦୀପ  ଖବରକାଗଜର  ବାର୍ଷିକ ଉତ୍ସବ ପାଳିତ

ଆଶାପ୍ରଦୀପ  ଖବରକାଗଜର  ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର,୩୦/୦୭/୨୦୧୯ ( ଓଡ଼ିଶା ସମାଚାର)- ପାନ୍ଥନିବାସ ଠାରେ ଆଶାପ୍ରଦୀପ ସାପ୍ତାହିକ ଖବରକାଗଜର ଷୋଡସ ବାର୍ଷିକ ଉତ୍ସବକୁ ମୁଖ୍ୟ ଅତିଥି  ମାନ୍ୟବର ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଦୈନିକ ପର୍ଯ୍ୟବେକ୍ଷକର ମୁଖ୍ୟ ସଂପାଦକ ପବିତ୍ର ମୋହନ ସାମନ୍ତରାୟ ଏବଂ ସମ୍ମାନୀତ ଅତିଥି ଭାବେ  ବରିଷ୍ଠ ସାମ୍ବାଦିକ ମହେଶ ଶର୍ମା ଏବଂ ଶିକ୍ଷାବିତ୍  ବର୍ଦ୍ଧନ ନାରାୟଣ ସାହୁ ପ୍ରମୁଖ  ଅତିଥିମାନେ ଉପସ୍ଥିତ ରହି କ୍ଷୁଦ୍ର ଓ ମଧ୍ୟମ ସଂବାଦପତ୍ର -ଏକ ଆହ୍ୱାନ ଶୀର୍ଷକ ଆଲୋଚନା ଚକ୍ରରେ  ଭାଗ ଗ୍ରହଣ କରିଛନ୍ତି । ପ୍ରାରମ୍ଭରେ ଆଶାପ୍ରଦୀପ ସାପ୍ତାହିକ ଖବରକାଗଜର ସଂପାଦିକା ବ୍ରାହ୍ମୀପ୍ରିୟା ସାମନ୍ତରାୟ ଦୀର୍ଘ ୧୫ ବର୍ଷର ଯାତ୍ରାକୁ  ବର୍ଣ୍ଣନା କରିବା ସହିତ ନିଜସ୍ୱ ଅନୁଭୁତିକୁ ଦର୍ଶକମାନଙ୍କ ସହିତ ଭାବାଳାପ କରି କହିଥିଲେ କ୍ଷୁଦ୍ର ଆଉ ମଧ୍ୟମ ଖବରକାଗଜ ପ୍ରକାଶ କରିବା କଷ୍ଟଦାୟକ ହେଲେ ମଧ୍ୟ ଖବର ପରିିବେଷଣରେ ଆତ୍ମତୃପ୍ତି ମିଳିଥାଏ । ଏହି ଅବସରରେ ଆଶା ପ୍ରଦୀପର ବାର୍ଷିକ ସଂଖ୍ୟା ଅତଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୮ ଜଣ  ପ୍ରତିଭାକୁ ଉପଢୌକନ ଏବଂ ମାନପତ୍ର ଦିଆଯାଇ  ସମ୍ମାନୀତ କରାଯାଇଛି ।  ବିଶିଷ୍ଠ ଚଳଚ୍ଚିତ୍ର  ନିର୍ମାତା ନିର୍ଦ୍ଦେଶକ  ଏବଂ ସମ୍ମିଳିତ ସାମ୍ବାଦିକ ସଂଘର ସାଧାରଣ ସଂପାଦକ  ରଜନୀକାନ୍ତ ସାମନ୍ତରାୟ ସଭାପତିତ୍ୱ କରିଥିବା ବେଳେ ଉକ୍ତ ଖବରକାଗଜର ବହୁ  ଜିଲ୍ଲା ପ୍ରତିନିଧି ସେମିନାରରେ ସଂପ୍ରତି ଖବରକାଗଜ ଏବଂ ଖବରକାଗଜ ସହିତ ଜଡିତ କର୍ମୀମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ସ୍ଵାଧୀନ ପ୍ରାର୍ଥି  ନାରାୟଣ ଭୋଇଙ୍କ ନାମାଙ୍କନ

କଟକ,୨୩/୧/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥି  ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ …

Leave a Reply

Your email address will not be published. Required fields are marked *