Wednesday , December 8 2021
Home / ବିଶେଷ / ଶ୍ରାବଣ ଦ୍ୱିତୀୟ ସୋମବାର ଗୋରଖନାଥଙ୍କୁ ଜଳଲାଗି କଲେ ୧୫ ହଜାର କାଉଡ଼ିଆ

ଶ୍ରାବଣ ଦ୍ୱିତୀୟ ସୋମବାର ଗୋରଖନାଥଙ୍କୁ ଜଳଲାଗି କଲେ ୧୫ ହଜାର କାଉଡ଼ିଆ

ତାରପୁର, ୨୯/୭/୨୦୧୯ (ଓଡ଼ିଶା ସମାଚାର)- ଶ୍ରାବଣ ଦ୍ୱିତୀୟ ସୋମବାରରେ ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତର କେରେକେରାସ୍ଥିତ ପ୍ରସିଦ୍ଧ ବିଭୁତି କ୍ଷେତ୍ର ପ୍ରଭୁ ଗୋରଖନାଥଙ୍କୁ ଜଳଲାଗି କଲେ ୧୫ ହଜାର କାଉଡ଼ିଆ । ବିଭିନ୍ନ ସ୍ଥାନରୁ ବୋଲବମ ମାନସିକଧାରୀମାନେ ପାଣିଭାର ଆଣି ଦିନକ ପୂର୍ବରୁ ଏଠାରେ ପହଂଚିଥିବାର ଲକ୍ଷ କରାଯାଇଥିଲା । ବଢ଼ିଭୋର ରୁ ମଙ୍ଗଳଆଳତି କରାଯିବା ପରେ ପାଣିଢ଼ଳା ପର୍ବ ଆରମ୍ଭ ହୋଇଥିଲା । ଓଁ ନମୋ ଶିବାୟ ଉଚ୍ଚାରଣରେ ପୀଠ ପ୍ରକମ୍ପିତ ହୋଇଥିଲା । ଆଖପାଖ ଅଂଚଳର ମାନସିକଧାରୀମାନେ ଦିନ ୧୨ ଟା ପର୍ଯ୍ୟନ୍ତ ଜଳଲାଗି କରୁଥିବା ଦେଖାଯାଇଥିଲା । ଚଳିତ ବର୍ଷ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପ୍ରଥମ ଥର ପାଇଁ ପାଣିଭାର ପିଛା ୧୦ ଟଙ୍କା ଲେଖା ଟିକସ ଆଦାୟ କରାଯାଉଥିବା ଦେଖାଯାଇଥିଲା । ପ୍ରତ୍ୟେକ ବର୍ଷ ଉକ୍ତ ପରିସରରେ ଭକ୍ତଙ୍କ ପାଇଁ ପାଣି ଭାର ରଖିବା ପାଇଁ ବାଉଁଶ ଭାର ବ୍ୟବସ୍ଥା କରାଯାଇଥାଏ । ତେବେ ଚଳିତ ବର୍ଷ ପୀଠ ବାହାରେ ଭକ୍ତଙ୍କ ରହଣି ଓ ପାଣି ଭାର ରଖିବା ବ୍ୟବସ୍ଥା କରାଯାଇଥିଲା । ପୀଠ ବାହାରେ ପର୍ଯ୍ୟାପ୍ତ ପରିମାଣର ଭୋଗ ବିକ୍ରି କରାଯାଉଥିବାରୁ ପରିସର ମଧ୍ୟରେ ଭୋଗ ଦୋକାନ ପାଇଁ ନିଲାମ ଧରିଥିବା ବ୍ୟକ୍ତି ଏକ ପ୍ରକାର ହାତ ବାନ୍ଧି ବସିରହିଥିବା ଦେଖାଯାଇଥିଲା । ପ୍ରତିବର୍ଷ ବାହାରେ ବିକ୍ରି ହେଉଥିବା ଭୋଗ ଉପରେ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଲଗାମ ନଥିବାରୁ ଏପରି ବ୍ୟତିକ୍ରମ ହେଉଥିବା ନିଲାମଧାରୀ ପ୍ରକାଶ କରିଛନ୍ତି । ଅତିରିକ୍ତ ତହସିଲଦାର ମାନସ କୁମାର ତ୍ରିପାଠୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବାବେଳେ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ମାତ୍ର ୭ / ୮ ଜଣ ପୋଲିସ୍ କର୍ମୀ ରହିଥିବାରୁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା । ଟ୍ରଷ୍ଟବୋର୍ଡ଼ ସଭ୍ୟ ଜୀବନ ବଲଭ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ବାଦଲ ଯୋଗାଣିଆ , କିରାଣୀ ସରୋଜ ଶାହାଣୀଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *