Saturday , October 23 2021
Home / ତାଜା ଖବର / କଳାହାଣ୍ଡି ନାଗୁପଡା ଗ୍ରାମରେ ପୁଣିଭାର ରେ ବୁହାହେଲେ ଜନନୀ

କଳାହାଣ୍ଡି ନାଗୁପଡା ଗ୍ରାମରେ ପୁଣିଭାର ରେ ବୁହାହେଲେ ଜନନୀ

ଜୟପାଟଣା, ୨୯/୭/୨୦୧୯(ଓଡ଼ିଶା ସମାଚାର /ସଂଜୟ କୁମାର ସିଂ)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ନାଗୁପଡା ଗ୍ରାମରେ ପୁଣିଥରେ ଏକ ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ତିନି କିଲୋମିଟର ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିକରିଥିବା ଜଣା ପଡିଛି । ନାଗୁପଡା ଗ୍ରାମକୁ ଯିବା ଆସିବା ପାଇଁ ବାଧକ ସାଜୁଛି ଛଂଚାନଗାଡ ନାଳ । ଦୀର୍ଘ ଦିନ ଧରିଛଂଚାନଗାଡ ନାଳରେ ପୋଲ ନିର୍ମାଣକୁ ନେଇ ଅଂଚଳବାସୀ ଦାବିକରି ଆସୁଥିଲେ ମଧ୍ୟ ଜୟପାଟଣା ବ୍ଳକରୁ ୭ କି.ମି. ଦୂରରେ ଥିବା ୫୦୦ ରୁ ଉର୍ଦ୍ଧ ଜନବସତି ଥିବା ନାଗୁପଡା ଗ୍ରାମ ପାଇଁ ପୋଲଟିଏ ନିର୍ମାଣ ହୋଇ ପାରିନାହିଁ । ଏଥି ଯୋଗୁଁ ଗତ ୩୦ ବର୍ଷ ହେଲା ଗ୍ରାମବାସୀ ବିଡିଓ, ଜିଲ୍ଲାପାଳ ତଥା ବିଧାୟକଙ୍କୁ ଗୁହାରୀ କରି ଆସୁଥିଲେହେଁ ସେମାନଙ୍କୁ ଖାଲିମିଲିଛି ମିଛ ପ୍ରତିଶୃତି । ଏନେଇ ଗତ ପଂଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ଦୁଇଥର ଭୋଟ ବର୍ଜନ କରିଛନ୍ତି ତଥାପି ସମସ୍ୟାର ସମାଧାନ ହୋଇ ପାରିନାହିଁ ଯାହା ସରକାରଙ୍କ ଗାଁକୁ ଚାଲ ଗାଁକୁ ଗଢ ସ୍ଲୋଗାନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ସକାଳୁ ୮ ମାସର ଗର୍ଭବତୀ ରମଣୀ ନାଏକ କାଦୁଅରେ ଖସି ପଡିଯାଇଥିଲେ । ତାଙ୍କ ମୁଣ୍ଡ ଫାଟି ରକ୍ତ ଝରୁଥିଲା । ସ୍ୱାମୀ କୃଷ୍ଣଚନ୍ଦ୍ର ନାଏକ ତାଙ୍କୁ ସଙ୍ଗେସଙ୍ଗେ ଜୟପାଟଣା ଡାକ୍ତରଖାନାକୁ ନେବାକୁ ଚେଷ୍ଟା କରିଥିଲେ ଓ ଆମ୍ବୁଲାନ୍ସକୁ ଫୋନ କରିଥିଲେ କିନ୍ତୁ ଲଗାଣ ବର୍ଷା ଯୋଗୁଁ ଛଂଚାଣଗାଡ ନାଳରେବଢି ପାଣି ଥିବାରୁ ଆମ୍ବୁଲାନ୍ସ ନାଗୁପଡାଗ୍ରାମକୁ ଯାଇପାରି ନଥିଲା । ପରେ ଗ୍ରାମବାସୀଙ୍କ ସହାୟତାରେ ଏକ ଖଟିଆରେ ବୋହି ଦୀର୍ଘ ତିନି କିଲୋମିଟର ଆଣିବାକୁ ପଡିଥିଲା । ବର୍ତମାନ ସେ କୋମା ଅବସ୍ଥାରେ ଅଛନ୍ତି । ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ପଠାଯାଇଛି । ଏପରି ଘଟଣା ପାଇଁ ଦାୟୀକିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଓଡ଼ିଶା ସମାଚାର

About admin

Check Also

ଦୁର୍ଦ୍ଧାନ୍ତ ଅପରାଧୀ ବିଜୁ ବେହେରାକୁ ପୋଲିସ ଏନକାଉଣ୍ଟର , ଏକ ପିସ୍ତଲ ଓ ୩ ରାଉଣ୍ଡ ଗୁଳି , ବାଇକ୍ ଜବତ

ପୁରୀ, ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ପୁରୀ ନରେନ୍ଦ୍ରକୋଣରେ ମହିଳାଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତ ବିଜୁ ବେହେରାକୁ ପୋଲିସ …

Leave a Reply

Your email address will not be published. Required fields are marked *