Friday , January 28 2022
Breaking News
Home / ତାଜା ଖବର / କଟକ ରେ ନିଦ ହଜେଇଥିବା ସାଇକୋ କିଲର ଏବେ ପୋଲିସ କବଜାରେ

କଟକ ରେ ନିଦ ହଜେଇଥିବା ସାଇକୋ କିଲର ଏବେ ପୋଲିସ କବଜାରେ

କଟକ, ୨୯/୭/୨୦୧୯(ଓଡ଼ିଶା ସମାଚାର)- ସିଲଭର ସିଟି କଟକ ରେ ତିନି ତିନିଟା ହତ୍ୟା କରି ନିଦ ହଜେଇଥିବା ସାଇକୋ କିଲର ଏବେ କମିାନରେଟ ପୋଲିସ କବଜାରେ । ମିଳିଥିବା ତାଜା ସୂଚନା ଅନୁସାରେ ଗତ ୨୩ ତାରିଖ ଓ ୨୪ ତାରିଖରେ କଟକ ସହରର ରାଣିହାଟ ଓ ଓଏମପି ଅଂଚଳରେ ତିନି ତିନିଟା ହତ୍ୟା କରି କେବଳ ପୋଲିସ ନୁହେଁ ପୁରା କଟକିଆଙ୍କ ନିଦ ହଜେଇଥିବା ସାଇକୋ କିଲରକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ପୋଲିସ ନୟାଗଡ଼ ଜିଲା ଅନ୍ତର୍ଗତ ଓଡ଼଼ଗାଁ ଅଂଚଳର ନାରାୟଣ ସାହୁ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । ନାରାୟଣ ମାତ୍ର ୩ ମାସ ତଳେ କଟକ ଆସିଥିଲା । ତିନି ତିନିଟା ହତ୍ୟା କରିବା ପରେ ସିସିଟିଭି ଫୁଟେଜ ଓ ସାଇଂଟିଫିକ୍ ଲାବ୍ରୋଟେରୀ ର ତଥ୍ୟକୁ ଆଧାର କରି ନାରାୟଣ ସାହୁକୁ ଗିରଫ କରି କୌଣସି ଏକ ଅଜ୍ଞାତ ସ୍ଥାନରେ ରଖି ପଚରା ଉଚୁରା କରୁଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ଏସଟିଏଫ୍ କୁ ବଡ଼ ସଫଳତା, ୪କେଜି ର ବ୍ରାଉନସୁଗାର, ନଗଦ ପ୍ରାୟ ୭୦ ଲକ୍ଷ ଟଙ୍କା, ୩ ଟି ମାଉଜର ଓ ବହୁ ପରିମାଣର ଜୀବନ୍ତ ଗୁଳି ଜବତ

ନୟାଗଡ଼,୨୫/୧/୨୦୨୨ (ଓଡ଼ିଶା ସମାଚାର)- ଏସଟିଏଫ୍ କୁ ମିଳିଛି ଏକ ବଡ଼ ସଫଳତା । ୪କେଜି ର ବ୍ରାଉନସୁଗାର, ନଗଦ ପ୍ରାୟ …

Leave a Reply

Your email address will not be published. Required fields are marked *