Monday , December 6 2021
Breaking News
Home / ବିଶେଷ / ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ ମିଳିଲା

ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ ମିଳିଲା

ଭୁବନେଶ୍ୱର , ୨୯/୭/୨୦୧୯(ଓଡ଼ିଶା ସମାଚାର)- ବେଶ କିଛି ଦିନ ଚର୍ଚ୍ଚାରେ ରହିଥିବା ରସଗୋଲା ଏବେ ଓଡ଼ିଶାର । ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ ମିଳିଛି । ଏହି ଜିଆଇ ଟ୍ୟାଗ ସାର୍ଟିଫିକେଟ ଆସନ୍ତା ୨୦୨୮ ଫେବୃଆରୀ ୨୨ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ବୋଲି ଜଣାପଡ଼ିଛି । ପୂର୍ବରୁ ରସଗୋଲା କୁ ପଶ୍ଚିମବଙ୍ଗ ର ବୋଲି ଜିଆଇ ଟ୍ୟାଗ ମିଳିବା ପରେ ଓଡ଼ିଶା ପକ୍ଷରୁ ରାଜ୍ୟ ଶିଳ୍ପ ବିଭାଗ ପକ୍ଷରୁ ଏହାର ପ୍ରତିବାଦ କରାଯାଇଥିଲା ଓ ରସଗୋଲା ଓଡ଼ିଶାର ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା । କଟକ – ଭୁବନେଶ୍ୱର ଦ୍ୱେତନଗରୀ ର ୫ ନମ୍ବର ଜାତୀୟ ରାଜପଥରେ ବହୁଳ ଭାବରେ ବିକ୍ରିହେଉଥିବା ପାହାଳ ରସଗୋଲାକୁ ଓଡ଼ିଶା ରସଗୋଲା ଜିଆଇ ମାନ୍ୟତା ଦିଆଯିବାକୁ ଆବେଦନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *