Saturday , September 25 2021
Breaking News
Home / ତାଜା ଖବର / କଳାହାଣ୍ଡି : ନାବାଳିକା ଝିଆରୀ ସହିତ ମଉଷା ର ଦୁଷ୍କର୍ମ  ଅଭିଯୋଗ- ଅଭିଯୁକ୍ତ ଗିରଫ

କଳାହାଣ୍ଡି : ନାବାଳିକା ଝିଆରୀ ସହିତ ମଉଷା ର ଦୁଷ୍କର୍ମ  ଅଭିଯୋଗ- ଅଭିଯୁକ୍ତ ଗିରଫ

ଜୟପାଟକଣା, ୨୮/୦୭/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂ)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୁଖିଗୁଡାରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଜୟପାଟଣା ପୋଲିସ ଏହି ମାମଲାରେ ମୁଖିଗୁଡା ଗ୍ରାମର ଜ୍ୟୋତିରଂଜନ ଦାଶ (୪୦)ଙ୍କୁ ଗିରଫ କରି ପଚରା ଉଚୁରା କରୁଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ନିଜ ସମ୍ପର୍କୀୟ ମଉଷା ଘରେ ରହି ଏକ ନାବାଳିକା କଲେଜରେ ଯୁକ୍ତ ୨ଶ୍ରେଣୀରେ ପାଠ ପଢୁଥିଲେ । ଦୀର୍ଘ ଦିନ ଧରି ଛାତ୍ରୀଙ୍କୁ ତାଙ୍କ ମଉଷା ବାରମ୍ବାର ବଳପୂର୍ବକ ଶାରିରୀକ ନିର୍ଯ୍ୟାତନା ଓ ଦୁଷ୍କର୍ମ କରି ଚାଲିଥିଲେ । ଏନେଇ ନାବାଳିକା କୌଣସି ମତେ ଆସି ଜୟପାଟଣା ଥାନାରେ ଲିଖିତ ଅଭିଯୋଗ ଦେଲାପରେ ଜୟପାଟଣା ପୋଲିସ ଅଭିଯୋଗ ମୁତାବକ କେଶ ନମ୍ବର  ୧୮୮/୧୯ ଆଇ.ପି.ସି ଧାରା୩୭୬,୩୪୧, ୩୨୧ ପସ୍କୋ ଧରା ୬ ରେମାମଲା ରୁଜୁ କରି ଅଭିଯୁକ୍ତ ମଉଷା ଜ୍ୟୋତିରଂଜନ ଦାଶଙ୍କୁ ଗିରଫ କରିଛି । ନାବାଳିକାଙ୍କୁ ବର୍ତମାନ ଜିଲ୍ଲା ସୁଧାର ଘରକୁ ପଠାଇ ଦିଆ ଯାଇଛି ବୋଲି ଜୟପାଟଣା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୬୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ – ୭୨ ଜଣ ଶିଶୁ ସଂକ୍ରମିତ – ୭ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୩/୦୯/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୬୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *