Tuesday , October 26 2021
Breaking News
Home / ବିଶେଷ / ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଓ ଗଣଧାରଣା

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଓ ଗଣଧାରଣା

ବାଲେଶ୍ୱର,୨୮/୦୭/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ଦାବିନେଇ ବାଲେଶ୍ୱର ପୌରପାଳିକାର ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ସହ ଓହ୍ଲାଇଛନ୍ତି ଆନ୍ଦୋଳନକୁ । ଶତାଧିକ ସଫେଇ କର୍ମଚାରୀ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣାଦେଇଥିବା ଦେଖିବାକୁ ମିଳଥିଲା । ଶ୍ରମିକନେତା ଭାଗବତ ପ୍ରତିହାରୀ ଏହି ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ ପୌର କର୍ତୃପକ୍ଷଙ୍କ ଦ୍ୱାରା ଖୋଲା ଖୋଲି ସରକାରଙ୍କ ଶ୍ରମ ଆଇନ୍ ଉଲ୍ଲଂଘନ ହେଉଥିବା ନେଇ ତୀବ୍ର ସମାଲୋଚନା କରିଛନ୍ତି । ଏଥିସହ ପୌରପାଳିକା ଦ୍ୱାରା ନିଯୁକ୍ତ ଠିକାଦାର ସଫେଇ କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରିରୁ କମ୍ ଅର୍ଥ ପ୍ରଦାନ କରିବା, ପିଏଫ ଓ ଇଏସଆଇ ବାବଦରେ ଅର୍ଥ କାଟି ତାହାକୁ ସେମାନଙ୍କ ଆକାଉଂଟରେ ଜମା ନ କରିବା,ମାସର ଧାର୍ଯ୍ୟ ଦିବସରେ ମଜୁରି ନ ଦେଇ ଠିକାଦାର ଇଚ୍ଛା ମୁତାବକ ପ୍ରଦାନ କରିବା,ଦୀର୍ଘଦିନ ପରେ ବି ବକେୟା ଅର୍ଥ ନ ମିଳିବାକୁ ନେଇ ଶ୍ରୀ ପ୍ରତିହାରୀ ତୀବ୍ର ଅସନ୍ତୋଷ ପ୍ରକାଶକରିଛନ୍ତି । ପୌର କର୍ତୃପକ୍ଷଙ୍କ ଦ୍ୱାରା ନିଯୁକ୍ତ ଠିକାଦାର ନାରାୟଣ ଚନ୍ଦ୍ର ଜେନା ପ୍ରତି ୱାର୍ଡ଼ ପାଇଁ୧୦ ଜଣ ଲେଖାଏଁ ହିସାବରେ ମୋଟ ୩୧ଗୋଟି ୱାର୍ଡ଼ରେ ୩୧୦ ଜଣ ସଫେଇ କର୍ମଚାରୀ ନିଯୁକ୍ତ ପାଇଁ ଚିକ୍ତିବଦ୍ଧ ହୋଇଥିଲେ । ମାତ୍ର ସେ ୨୬୦ ଜଣଙ୍କୁ ନିଯୁକ୍ତି ଦେଇ ୩୧୦ଜଣଙ୍କ ନାମରେ ବିଲ୍ ଉଠାଉଥିବା ସଫେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ କର୍ମଚାରୀଙ୍କ ଦରମାରୁ ପିଏଫ ଓ ଇଏସଆଇ ବାବଦରେ ପ୍ରତିମାସ ଅର୍ଥ କଟାଯାଉଥିଲେ ବି ଠିକାଦାର ତାହାକୁ ଆଦୌ ଜମା କରୁନଥିବା ସେମାନେ କହିଛନ୍ତି । ୨୦୧୫ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଠିକାଦାର ପିଏଫ ବାବଦରେ ମୋଟ ୧ କୋଟି ୫୫ହଜାର ୩୩ ଟଙ୍କା ସହିତ ଇଏସଆଇ ବାବଦରେ ୨୨ଲକ୍ଷ ୯୦ ହଜାର ୭୨୭ ଟଙ୍କା ବକେୟା ରାଶି ଅଦ୍ୟାବଧି ବିଭାଗ ନିକଟରେ ଜମା କରିନଥିବା ସଫେଇ କର୍ମଚାରୀମାନେ ସୂଚନା ଦେଇଛନ୍ତି । ତୁରନ୍ତ ସେମାନଙ୍କର ଅଧିକାରଭୁକ୍ତ ପିଏଫ ଓ ଇଏସଆଇ ଅର୍ଥ ଜମାପାଇଁ ସେମାନେ ଦାବି କରିଛନ୍ତି । ପୂର୍ବରୁ ବହୁ ସଫେଇ କର୍ମଚାରୀ ଉଚିତ ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ତୁରନ୍ତ କାର୍ଯ୍ୟରତ କର୍ମଚାରୀଙ୍କୁ ଇଏସଆଇ କାର୍ଡ଼ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଚିତ୍ରସେନ ରାଉତଙ୍କୁ ଭେଟିବାରୁ ସଫେଇ କର୍ମଚାରୀଙ୍କ ପ୍ରାପ୍ୟବିଲ୍ ଠିକାଦାରଙ୍କୁ ସଠିକ୍ ସମୟରେ ପ୍ରଦାନ କରାଯାଉଥିବା ସେ କହିଛନ୍ତି । ବକେୟାଅଳ୍ପ କିଛି ଅର୍ଥ ତୁରନ୍ତ ପ୍ରଦାନର ପ୍ରତିଶ୍ରୁତି ମଧ୍ୟ ସେ ଦେଇଛନ୍ତି । ତେବେ ପିଏଫ ଓ ଇଏସଆଇ ବାବଦରେ ଉଚିତ ବିଚାର ଶ୍ରମ ଅଧିକାରୀଙ୍କ କ୍ଷମତା ପରିସରଭୁକ୍ତ ହୋଇଥିବାବେଳେ ଖୁବଶୀଘ୍ର ତାଙ୍କ ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ବେହେରା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *