Wednesday , October 27 2021
Breaking News
Home / ବିଶେଷ / ମଦ ଦୋକାନୀକୁ ପୁରସ୍କାର ନୀତି ବିରୁଦ୍ଧରେ ଶୋଭାଯାତ୍ରା

ମଦ ଦୋକାନୀକୁ ପୁରସ୍କାର ନୀତି ବିରୁଦ୍ଧରେ ଶୋଭାଯାତ୍ରା

ଭୁବନେଶ୍ୱର ,୨୮/୦୭/୨୦୧୯(ଓଡ଼ିଶା ସମାଚାର)- ମଦଦୋକାନୀମାନଙ୍କୁ ପୁରସ୍କାର ଦେବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ଦିଆଯାିଥିବା ପ୍ରସ୍ତାବକୁ ବିରୋଧକରି ମଦମୁକ୍ତି ଯୁବବାହିନୀ ପକ୍ଷରୁ ରାଜଧାନୀରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ଶତାଧିକ କାର୍ଯ୍ୟକର୍ତା ଯୋଗଦେଇଥିବାବେଳେ ଶୋଭାଯାତ୍ରାଟି ବାଣୀବିହାରରୁ ଆରମ୍ଭ ହୋଇ ଲୋୟର ପିଏମ୍ଜି ଠାରେ ସମାପ୍ତ ହୋଇଥିଲା । ଏହି ଅବସରରେ ମଦମୁକ୍ତି ଯୁବବାହିନୀର ଆବାହକ ଶ୍ରୀଯୁକ୍ତ ସତ୍ୟବ୍ରତ ପ୍ରୁଷ୍ଟି କହିଛନ୍ତି ଯେ, “ ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ମଦଦୋକାନୀ ମାନଙ୍କୁ ପୁରସ୍କାର ଦିଆଯିବା ପ୍ରସ୍ତାବ ଅତ୍ୟନ୍ତ ଲଜ୍ଜାଜନକ । ଏହି ପ୍ରସ୍ତାବ ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସାରା ରାଜ୍ୟରେ ମଦକୁ ବିରୋଧ କରୁଥିବା କିମ୍ବା ମଦଦ୍ୱାରା ପ୍ରଭାବିତ ମହିଳାମାନଙ୍କ ପାଇଁ ଏକ ଶକ୍ତ ଚାପୁଡା ସଦୃଶ । ସରକାରଙ୍କର ଏହି ମଦପ୍ରୀତିକୁ ଯୁବବାହିନୀ ଆଦୌ ବରଦାସ୍ତ କରିବନାହିଁ । ଯେ ପର୍ଯ୍ୟନ୍ତ ସରକାର ଓଡିଶାରୁ ମଦକୁ ସମ୍ପୂର୍ଣ୍ଣମୁକ୍ତ ନକରିଛନ୍ତି ସେ ପର୍ଯ୍ୟନ୍ତ ଆମେ ଆମ ସଂଗ୍ରାମ ଜାରୀ ରଖିବୁ ।” ସରକାର ମଦରୁ ରାଜସ୍ୱ ଆସୁଛି ବୋଲି ଯେଉଁ ଯୁକ୍ତି ବାଢୁଛନ୍ତି ତାହା ଏକ ପ୍ରହେଳିକା ମାତ୍ର । ଯେବେକି ଅନେକ ଅଧ୍ୟୟନରୁ ଜଣାପଡିଛି ସରକାର ଏହାଠାରୁ ଢେର ଅଧିକ ରାଜସ୍ୱ ହରାଉଛନ୍ତି । ଏହା ଛଡା ମଦଦ୍ୱାରା ଓଡିଶା ସାରା ହଜାର ହଜାର ପରିବାର ନଷ୍ଟ ହୋଇଯାଉଛି । ପାରିବାରିକ ହିଂସା, ସଡକ ଦୁର୍ଘଟଣା, ନାରୀ ନିର୍ଯ୍ୟାତନାପରି ସମାଜରେ ଅଧୋଗତି କେବଳ ମଦ ଯୋଗୁଁ ହିଁ ହେଉଛି । ଆଗାମୀ ଦିନରେ ମଦମୁକ୍ତ ଯୁବବାହିନୀ ଓଡିଶାକୁ ମଦମୁକ୍ତି କରିବା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ଯୁବକମାନଙ୍କୁ ଏକଜୁଟ କରିବ ବୋଲି ଶ୍ରୀ ପ୍ରୁଷ୍ଟି କହିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଲଲାଟେନ୍ଦୁ ପାତ୍ର, ହରିଶ ପାଣିଗ୍ରାହୀ, ସୌମ୍ୟରଞ୍ଜନ ମହାନ୍ତି, ଅଭିଜିତ ପାତ୍ର, ରାଜେଶ ଦେଓ, ପ୍ରଭାତ ରାଉତରାଏ, ସମାଶ ସଢଙ୍ଗୀ, ଅକ୍ଷୟ ରାଉତରାଏ ଏବଂ ଯଦୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *