Friday , October 22 2021
Home / ବିଶେଷ / ଭିକାରିଙ୍କ ସଂଖ୍ୟାରେ ସର୍ବାଗ୍ରେ କଟକ, ତଳେ ଦେବଗଡ଼

ଭିକାରିଙ୍କ ସଂଖ୍ୟାରେ ସର୍ବାଗ୍ରେ କଟକ, ତଳେ ଦେବଗଡ଼

ଭୁବନେଶ୍ୱର , ୨୮/୭/୨୦୧୯(ଓଡ଼ିଶା ସମାଚାର)-ବିଧାନସଭାରେ ଉଠିଲା ରାଜ୍ୟର ଭିକାରି ପ୍ରସଙ୍ଗ । ଭିକାରୀ ପ୍ରସଙ୍ଗରେ ବିରୋଧି ଦଳ ନେତାମାନେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । ବିରୋଧି ଦଳ ନେତାଙ୍କ ପ୍ରଶ୍ନର ଉତରରେ ବିଭାଗୀୟ ମନ୍ତ୍ରୀ ତଥ୍ୟ ରଖି କହିଛନ୍ତି ଯେ, ଓଡ଼ିଶାର କଟକରେ ଭିକାରିଙ୍କ ସଂଖ୍ୟା ସର୍ବାଧିକ । ରାଜ୍ୟରେ ଥିବା ଭିକାରିଙ୍କ ସଂଖ୍ୟା ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି । ବିରୋଧୀ ଦଳ ନେତାଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ବର୍ତମାନ ସୁଦ୍ଧା ଓଡ଼ିଶାରେ ମୋଟ ୬୩୯୦ ଭିକାରି ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ ଜଣ ଭିକାରି ଅଛନ୍ତି । ଏହି କ୍ଷେତ୍ରରେ ବଲାଙ୍ଗୀର ଜିଲ୍ଲା ଦ୍ୱିତୀୟରେ ରହିଛି । ବଲାଙ୍ଗୀରରେ ୭୦୮ଭିକାରି ରହିଥିବା ସୂଚନା ମିଳିଛି । ଏହା ପରେ ମୟୂରଭଞ୍ଜ ଜିଲ୍ଲାରେ ୪୮୫, ଗଞ୍ଜାମରେ ୪୫୮, ପୁରୀରେ ୧୨୦, ବୈାଦ୍ଧରେ ୧୯ ଓ ମାଲକାନଗିରିରେ ୨୧, ଦେବଗଡ଼ରେ ସର୍ବନିମ୍ନ ୧୬ଜଣ ଭିକାରି ରହିଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *