କେନ୍ଦ୍ରାପଡା ୨୮/୦୭/୨୦୧୯(ଓଡ଼ିଶା ସମାଚାର)- ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ. ଏ.ପି.ଜେ. ଅବଦୁଲ କଲାମଙ୍କର ଚତୁର୍ଥର୍ ଶ୍ରାଦ୍ଧ ବାର୍ଷର୍ିକ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ମାର୍ଗରେ ଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ “ଭାରତ ରତ୍ନ ଡଃ ଏ.ପି.ଜେ. ଅବଦୁଲ କଲାମ ସ୍ମୃତି କମିଟି ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଥମେ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡଃ. କଲାମଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସ୍ମୃତି କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି କୁଞ୍ଜ ବିହାରୀ ସାହୁଙ୍କ ସଭାପତିତ୍ୱରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସେହି ସଭାରେ ଆବାହକ ହେମନ୍ତ କୁମାର ଜେନା, ଗୋପିନାଥ ବାରିକ, ଗୋଲକ ପ୍ରସାଦ ସାହୁ, ଭ୍ରମର ରାଉତ, ରବୀନ୍ଦ୍ର ନାଥ ରଥ, ଦିବାକର ଜେନା, ନିରଞ୍ଜନ ଜେନା, ଦ୍ୱିଜେନ୍ଦ୍ର ନାଥ ଚାଟାର୍ଜୀ, ତ୍ରୈଲୋକ୍ୟନାଥ ସ୍ୱାଇଁ ଓ ବ୍ରଜକିଶୋର ଜେନା ପ୍ରମୁଖ ସଦସ୍ୟମାନେ ଯୋଗଦେଇ ଡଃ. କଲାମଙ୍କ ସ୍ମୃତିଚାରଣ କରିଥିଲେ । ବକ୍ତାମାନେ ଡଃ. କଲାମଙ୍କ ଜୀବନାଦର୍ଶ,ତ୍ୟାଗ,ଦେଶପ୍ରେମ, କର୍ତର୍ବ୍ୟନିଷ୍ଠା ଓ ପ୍ରତିଶ୍ରୁତି ବଦ୍ଧତା ପ୍ରତ୍ୟେକ ଭାରତବାସୀଙ୍କ ନିମନ୍ତେ ମାର୍ଗଦର୍ଶନ ବୋଲି ମତପୋଷଣ କରିଥିଲେ । ଶେଷରେ ଆବାହକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର