Tuesday , October 26 2021
Breaking News
Home / ତାଜା ଖବର / ବଜ୍ରପାତ ନେଲା ମହିଳା ଚାଷୀଙ୍କ ଜୀବନ

ବଜ୍ରପାତ ନେଲା ମହିଳା ଚାଷୀଙ୍କ ଜୀବନ

 ଦେବଗଡ଼, ୨୮/୭/୨୦୧୯(ଓଡ଼ିଶା ସମାଚାର)-  ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ଘଟିବାରୁ  ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଅନ୍ତର୍ଗତ କୁରୁଡଖମଣ ଗ୍ରାମର ପ୍ରେମମଂଜରୀ ପ୍ରଧାନ (୫୫) ଶନିବାର ଅପରାହ୍ଣରେ ନିଜ ଚାଷ ଜମିରେ କାମ କରୁଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଫଳରେ ପ୍ରେମମଂଜରୀ ଅଚେତ ହୋଇ ପଡ଼ିଥିଲେ । ନିକଟରେ ଥିବା ଅନ୍ୟ ବିଲରେ କାମ କରୁଥିବା ଲୋକେ ମହିଳାଙ୍କ ଚିକ୍ରାର ଶୁଣି ଘଟଣାସ୍ଥଳରେ ପହଂଚିଥିଲେ । ପରେ ତାଙ୍କୁ ପରିବାର ଲୋକଙ୍କ ସହାୟତାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପ୍ରେମମଂଜରୀଙ୍କର ମୃତ୍ୟୁ ହୋଇଥିଲା ।  ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *