ପାରାଦ୍ୱୀପ ୨୮/୦୭/୨୦୧୯(ଓଡ଼ିଶା ସମାଚାର / ଦୀପକ କୁମାର ଦାସ)- ପାରାଦ୍ୱୀପ ଜନସାଧାରଣଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି କରିବା ପରିପ୍ରେକ୍ଷୀରେ ପାରାଦ୍ୱୀପ ଲେଡିଜ୍ କ୍ଳବ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅଫିସର୍ସ କ୍ଳବର ନିଜ କାର୍ଯ୍ୟାଳୟ ପରିସରରେ ରବିବାଦ ଦିନ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଶିବିର କୁ ଉଦ୍ଘାଟିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପାରାଦ୍ୱୀପ କୋଷ୍ଟଗାର୍ଡ ଡିଆଇଜି ଏ.କୌଶିକ, ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ଲେଡିଜ୍ କ୍ଳବ ସଭାନେତ୍ରୀ ଶୁଭଲକ୍ଷ୍ମୀ ରଏ, ସମ୍ପାଦିକା କଳ୍ପନା ସାହୁ, ବନ୍ଦର ମୁଖ୍ୟ ଅର୍ଥ ପରାମର୍ଶଦାତା ଏସ୍.କେ. ସାହୁ. ସଚିବ ବିମଲ କୁମାର ଝା, ବନ୍ଦର ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା ପ୍ରମୁଖ ସମ୍ମାନୀତି ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ବନ୍ଦରର ବହୁ ଅଧିକାରୀ ଓ ଲେଡିଜ୍ କ୍ଳବର ସଭ୍ୟାମନେ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ ବନ୍ଦର ଅଧିକାରୀ , କର୍ମଚାରୀ ପାରାଦ୍ୱୀପ ବଣିକ ସଂଘ, ଓଡିଶା ମେରିଟାଇମ୍ ଏକାଡେମୀ, ପାରାଦ୍ୱୀପ କଲେଜ୍, ଏନ୍ସିସି ଏବଂ ଗୋପବନ୍ଧୁ କ୍ରିଡା ସଂସଦ , ସାକ୍ଷରତା ସମିତି, ସିଆଇଏସ୍ଏଫ ଓ କୋଷ୍ଟଗାର୍ଡର ବହୁ ସଦସ୍ୟ ସେମାନଙ୍କର ରକ୍ତଦାନ କରିଥିଲେ । ଜଗତସିଂହପୁର ରେଡକ୍ରମ ସଂସ୍ଥା ଏଥିରେ ସହଯୋଗ କରିଥିବା ବେଳେ ଏଥିରୁ ସର୍ବମୋର୍ଟ ୨୦୦ ୟୁନିଟ୍ ବ୍ଳଡ ସଂଗ୍ରହୀତ ହୋଇଥିଲା । ଓଡ଼ିଶା ସମାଚାର