ରଘୁନାଥପୁର, ୨୮/୦୭/୨୦୧୯(ଓଡ଼ିଶା ସମାଚାର)- କୃଷି ଭିତିକ କାର୍ଯ୍ୟରେ ଚାଷୀଙ୍କୁ ପ୍ରେରଣା ଯୋଗାଇ ଆସୁଥିବା ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ ଗୋରଖନାଥ କୃଷକ ମହାସଂଘ ପକ୍ଷରୁ ଆସନ୍ତା ନୂଆଖାଇ ଅବସରରେ ପ୍ରତିଭା ଚୟନ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପ୍ରତିଭା ଚୟନ କମିଟିର ସଭାପତି ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପୁରାତନ ଶିକ୍ଷକ ସୁରେଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସଂଯୋଜିକା ଶିକ୍ଷାବିତ ଗୀତା ରଥ, ଅଧ୍ୟାପକ ଭଗବାନ ବିଶ୍ୱାଳ, ପ୍ରସନ୍ନ କୁମାର ତ୍ରିପାଠୀ, ରଘୁନାଥ ସ୍ୱାଇଁ, ପ୍ରାଣକୃଷ୍ଣ ନାୟକ , କୃଷ୍ଣଚନ୍ଦ୍ର ସ୍ୱାଇଁ, ମହାସଂଘର କର୍ମକର୍ତା କ୍ଷେତ୍ରମୋହନ ବେହେରା, ସୁଧୀର ରଂଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରସ୍ତାବ ଅନୁଯାୟୀ ଆଖ ପାଖ ଅଂଚଳର ୧୬ ଗୋଟି ହାଇସ୍କୁଲ ର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଓଡ଼ିୃଆ ଓ ଇଂରାଜୀ ଡ଼ିବେଟ, ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହେବ । କ୍ରମାନ୍ୱୟରେ ଉତିର୍ଣ୍ଣ ହୋଇଥିବା ୩ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏହାଛଡ଼ା କୃଷି , ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ରହି ସଫଳତା ହାସଲ କରିଥିବା ୧୦ ଜଣ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ । ରାଜ୍ୟର ଜ୍ଞାନୀ ଗୁଣି ଓ ବିଦ୍ୱାନ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇ ଦିଗଦର୍ଶନ ଦେବା କାର୍ଯ୍ୟକ୍ରମ ସମ୍ପର୍କରେ କମିଟି ପକ୍ଷରୁ ସର୍ବ ସମ୍ମତି କ୍ରମେ ନିଷ୍ପତି ହୋଇଛି । ଶେଷରେ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
