Tuesday , October 26 2021
Breaking News
Home / ତାଜା ଖବର / କଖାରୁଣୀ କେନାଲରୁ ଅଚିହ୍ନା ଶବ ଉଦ୍ଧାର

କଖାରୁଣୀ କେନାଲରୁ ଅଚିହ୍ନା ଶବ ଉଦ୍ଧାର

ପଟ୍ଟାମୁଣ୍ଡାଇ,୨୮/୦୭/୨୦୧୯(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଖାରୁଣୀ ବାଲିସାହି ନିକଟଗୋବରୀ ସଂପ୍ରସାରିତ କେନାଲରେ ଏକ ଅଚିହ୍ନା ଶବ ଭାସୁଥିବା ଦେଖିବାକୁ ମିଳିଛି ।ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକମାନଙ୍କ ସୁଅ ଛୁଟିଛି । ପାଣିରେ ଚିତ ହୋଇ ଭାସୁଥିବା ଶବର ବାମହାତ ଉପରକୁ ଟେକି ହୋଇରହିଥିବାବେଳେ ପାଣିରେ ବୁଡି ରହିଥିବା ଡାହାଣ ହାତରେ ଏକ କଡ଼ା ଓ ଆଙ୍ଗୁଳି ମୁଦିଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ଆନୁମାନିକ ବୟସ ୪୦-୪୫ ବର୍ଷ ବୟସହୋଇଥିବାବେଳେ ମୁହଁରେ ନିଶଦାଢି ଥିବା ଓ ଦେହରେ ଏକ ଲାଲ ରଙ୍ଗର ଗଂଜି ରହିଛି । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛି । ଏହି ଶବ ଏଠାକୁ କିପରି ଆସିଲା ଓ ଏହା ହତ୍ୟା ନା ଆତ୍ମହତ୍ୟା ଏଥିନେଇ ସାଧାରଣରେ ଚର୍ଚ୍ଚା ଚାଲିଛି । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *