କେନ୍ଦ୍ରାପଡା ୨୮/୦୭/୨୦୧୯(ଓଡ଼ିଶା ସମାଚାର)- ବାରିମୂଳସ୍ଥିତ ସାରଥି ଆଶ୍ରମ ସମେତ ତତସଂଲଗ୍ନ ୩୯ଗୋଟି ପ୍ଲଟ ମଧ୍ୟକୁ ଅନଧିକାର ପ୍ରବେଶ ଉପରେ କଟକଣା ଲଗାଇଛି ଇଡି । ଏଥି ନିମନ୍ତେ ଶନିବାର ଅପରାହ୍ନରେ ଭାରତ ସରକାରଙ୍କ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନୋଟିସ ବୋର୍ଡ ବାରିମୂଳସ୍ଥିତ ସାରଥି ଆଶ୍ରମ ସମ୍ମୁଖରେ ଲଗାଇ ଦିଆଯାଇଛି । ସେଥିରେ ଉଲ୍ଲେଖ ରହିଛି ଯେ ମୈାଜା ବାରିମୂଳର ଖାତା ନମ୍ବର ୪୨,୮୯,୧୪୮,୧୫୯,୩୦୦,୩୦୫,୩୪୦,୫୧୫/୬୮,୫୧୫/୯୯ଭଳି ୨୬ଟି ଖାତାର ୩୯ଟି ପ୍ଲଟ ଉପରେ ଥିବା ଜମି ଯାହାକି ସନ୍ତୋଷ କୁମାର ରାଉଳ, ଶ୍ରୀମଦ ସାରଥି, ସତ୍ୟମ ଚାରିଟେବୁଲ ଟ୍ରଷ୍ଟ, ସତ୍ୟମ ଶେଖର ରାଉଳ, ପ୍ରବୀଣ କୁମାର ରାଉଳ, ବିଚିତ୍ରାନନ୍ଦ ଭୂୟାଁ ପ୍ରମୁଖଙ୍କ ନାମରେ ରହିଛି ସେହିସବୁ ଜମି ଉପରକୁ କେହି ଅନଧିକାର ପ୍ରବେଶ କରି ପାରିବେ ନାହିଁ ବୋଲି ଲେଖାଅଛି । ଶନିବାର ପ୍ରବର୍ତନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦେଶକ ବିଜୟ କୁମାର ମିଶ୍ର,ଏନଫୋର୍ସମେଂଟ ଅଫିସର ରବି କୁମାର ଓ ସିପାହୀ ବିଜୟ କୁମାର ସାହୁ ପ୍ରମୁଖ ବାରିମୂଳସ୍ଥିତ ସାରଥୀ ଆଶ୍ରମ ନିକଟକୁ ଆସି ଉପରୋକ୍ତ ନୋଟିସ ବୋର୍ଡ ଲଗାଇସାରି ଫେରିଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର
