Wednesday , January 26 2022
Breaking News
Home / ବିଶେଷ / ଅଗଷ୍ଟ ୧୨ ରୁ ରାଜ୍ୟବ୍ୟାପୀ ବସ ଧର୍ମଘଟ ଚେତାବନୀ

ଅଗଷ୍ଟ ୧୨ ରୁ ରାଜ୍ୟବ୍ୟାପୀ ବସ ଧର୍ମଘଟ ଚେତାବନୀ

ଭୁବନେଶ୍ୱର, ୨୮/୦୭/୨୦୧୯(ଓଡ଼ିଶା ସମାଚାର)-  ରାଜ୍ୟ ଘରୋଇ ବସ ମାଲିକ ସଂଘ ଆସନ୍ତା ୧୨ ତାରିଖରୁ ରାଜ୍ୟ ବ୍ୟାପୀ ବସ ଧର୍ମଘଟକୁ ଓହ୍ଲାଇବାକୁ ଚେତାବନୀ ଦେଇଛି  । ପୁରୀ ଠାରେ ବସ୍ ମଧ୍ୟରେ ଦୁଷ୍କର୍ମ ମାମଲାରେ ସଂପୃକ୍ତ ବସ ର ପରମିଟ ରଦ୍ଦକୁ ବସ ମାଲିକ ସଂଘ ବିରୋଧ କରିଛି । ତୁରନ୍ତ ପରମିଟ ରଦ୍ଦ ଆଦେଶ ପ୍ରତ୍ୟାହାର ନକଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘର ସଂପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରଥଯାତ୍ରା ସମୟରେ କେନ୍ଦୁଝରରୁ ପୁରୀ ଆସିଥିବା ଜଣେ ନାବାଳିକାକୁ ବସ ହେଲପର ବସ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତ ବସ ହେଲପରକୁ ଗିରଫ କରାଯାଇଥିବା ବେଳେ ଉକ୍ତ ବସର ପରିମିଟ ବାତିଲ କରାଯାଇଥିଲା । ସେହିପରି ଡ୍ରାଇଭର ଓ ହେଲପରଙ୍କ ଲାଇସେନ୍ସ ମଧ୍ୟ ବାତିଲ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *