ପାରାଦ୍ୱୀପ ୨୭/୦୭/୨୦୧୯(ଓଡ଼ିଶା ସମାଚାର / ଦୀପକ କୁମାର ଦାସ)- ଗତ ପେବୃଆରୀ ୧୪ତାରିଖରେ ପୁଲୱାମା ଆକ୍ରମଣରେ ସହୀଦ ହୋଇଥିବା ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରିଶିଖର ଗ୍ରାମର ସହୀଦ ପ୍ରସନ୍ନ ସାହୁଙ୍କ ପରିବାରକୁ ଜିନ୍ଦଲ ସାଉଥ ୱେଷ୍ଟ(ଜେଏସଡବ୍ଳୁ) କମ୍ପାନୀ ସହଯୋଗର ହାତ ବଢାଇଛି । ସହୀଦ ପ୍ରସନ୍ନଙ୍କ ପୁଅ ଓ ଝିଅଙ୍କ ଉଚ୍ଚଶିକ୍ଷା ନିମନ୍ତେ ସମସ୍ତ ଖର୍ଚ୍ଚ ଜେଏସଡବ୍ଳୁ ବହନ କରିବାର ପ୍ରତିଶୃତି ଦେଉଛି । ଶୁକ୍ରବାର ଦିନ ଜଗତସିଂହପୁର ଜିଲ୍ଳାପାଳ ସହୀଦ ପରିବାରକୁ କମ୍ପାନୀର ଏକ ପ୍ରତିଶୃତି ପତ୍ର ପରିବାର ଲୋକଙ୍କୁ ପ୍ରଦାନ କରିଥିଲେ । ଏହି ପ୍ରତିଶୃତିରେ ସହୀଦ ପ୍ରସନ୍ନଙ୍କ ପୁଅ ଜଗନ ସାହୁଙ୍କ ପଢାପଢି ବାବଦକୁ ବର୍ଷକୁ ୧ଲକ୍ଷ ୭୫ ହଜାର ଟଙ୍କା ହିସାବରେ ୪ବର୍ଷ ପାଇଁ ଖର୍ଚ୍ଚ କରିବା ଓ ଝିଅ ରୋନି ସାହୁଙ୍କ ଦୁଇବର୍ଷ ପାଇଁ ସହଯୋଗ କରିବା ଓ ଦୁଇବର୍ଷ ଏମବଏ ପାଠ୍ୟକ୍ରମ ବାବଦକୁ ବର୍ଷକୁ ୨ଲକ୍ଷ ହିସାବରେ ୨ବର୍ଷ ପାଇଁ ସହଯୋଗ କରିବା ଅନ୍ତର୍ଭୁକ୍ତ । ଏହି ଅବସରରେ ଜେଏସ୍ଡବ୍ଳୁ ପ୍ରକଳ୍ପ ନିର୍ଦ୍ଦେଶକ ଶଙ୍କର ପ୍ରତାପ ସିଂ, ଡି. ସିବିଏସ ସେନଗର, ରଜତ ନାୟକ, ଅବିନାଶ ଶତପଥି ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର