ବାଙ୍ଗିରିପୋଷି, ୨୭/୦୭/୨୦୧୯(ଓଡ଼ିଶା ସମାଚାର)- ଏକ ମମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ବାଙ୍ଗିରିପୋଷି ବଜାରର କିଛି ବ୍ୟବସାୟୀ ବଲାଙ୍ଗିର ମୁକ୍ତେଶ୍ୱର ଶିବ ମନ୍ଦିରରେ ଜଳଛାୟା କରିବାକୁ ଏକ ବୋଲେରୋରେ ଯାଉଥିବାବେଳେ ବାରିପଦା ଥାନା ଅନ୍ତର୍ଗତ ଦ୍ୱାରଶୁଣୀ ଘାଟି ନିକଟରେ ଏକ ଟ୍ରକ୍ ଉକ୍ତ ବୋଲେରୋକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଆହତ ୮ ଜଣଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସପିଟାଲ ରେ ଭର୍ତି କରାଯାଇଥିବାବେଳେ ଗୁରୁତର ୩ ଜଣଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଖବର ବାଙ୍ଗିରିପୋଷିରେ ପହଂଚିବା ପରେ ଆଜି ବାଙ୍ଗିରିପୋଷି ବଜାର ବନ୍ଦ ରହିଛି । ଓଡ଼ିଶା ସମାଚାର