Tuesday , December 7 2021
Breaking News
Home / ବିଶେଷ / ରାମେଶ୍ୱରରୁ ନିରାକାରପୁର ୧୦୦ରୁ ଅଧିକ ହମ୍ପସ

ରାମେଶ୍ୱରରୁ ନିରାକାରପୁର ୧୦୦ରୁ ଅଧିକ ହମ୍ପସ

ନିରାକାରପୁର,୨୭/୦୭/୨୦୧୯(ଓଡ଼ିଶା ସମାଚାର)-ଯାନବାହନର ବେଗକୁ ନିୟନ୍ତ୍ରଣ କରିବାକୁ ରାସ୍ତା ନିର୍ମାଣକାରୀ ସଂସ୍ଥାମାନେ ଲୋକମାନଙ୍କ ସୁପାରିଶରେ ରାସ୍ତାରେ ହମ୍ପସମାନ ନିର୍ମାଣ କରିଥାନ୍ତି । କିନ୍ତୁ ବେଳେବେଳେ ଏହି ହମ୍ପସଗୁଡ଼ିକ ଯୋଗୁ ଯାତ୍ରୀମାନେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛି । ବେଗ ନିୟନ୍ତ୍ରଣ ପାଇଁ ରାସ୍ତାରେ ଗୋଟିଏ ଗୋଟିଏ ହମ୍ପସ ନିର୍ମାଣ କରାଯାଉଥିବାବେଳେ ନୟାଗଡ଼- ପୁରୀ ଜଗନ୍ନାଥ ସଡ଼କର ରାମେଶ୍ୱର ଛକଠାରୁ ନିରାକାରପୁର ପର୍ଯ୍ୟନ୍ତ ପୂର୍ତ ଓ ରାସ୍ତା ନିର୍ମାଣ ବିଭାଗ ତରଫରୁ ପ୍ରାୟ ୧୦୦ରୁ ଅଧିକ ହମ୍ପସ ନିର୍ମାଣ କରାଯାଇଛି । ରାମେଶ୍ୱର ଛକରୁ ରାମେଶ୍ୱର ପର୍ଯ୍ୟନ୍ତ ୪ଟି ବଡ଼ ହମ୍ପସ ଓ ରାମେଶ୍ୱରଠାରୁ ନିରାକାରପୁର ପର୍ଯ୍ୟନ୍ତ ଲାଗିଲାଗି ୮୦ରୁ ଅଧିକ ହମ୍ପସ ରହିଛି । ଫଳରେ ଜଣେ ଗାଡ଼ି ଚାଳକ ନିଜର ଗାଡ଼ିକୁ ଏହି ରାସ୍ତା ଦେଇ ଅତିକ୍ରମ କରାଉଥିବାବେଳେ ତାର ଗାଡ଼ି ବିଭିନ୍ନ ଯନ୍ତ୍ରାଂଶ ଖରାପ ହୋଇଯାଉଛି । ସେହିପରି ଦୈନନ୍ଦିନ ଯାତାୟତ କରୁଥିବା ଲୋକମାନଙ୍କ ଅଂଟାପିଠି ବ୍ୟଥା ହେବା ସହ ବିଭିନ୍ନ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଏହି ହମ୍ପସଗୁଡ଼ିକ ଯୋଗୁ ଜରୁରୀକାଳୀନ ଗାଡ଼ି ଦମକଳ, ଆମ୍ବୁଲାନ୍ସ ଓ ପୋଲିସ ଗାଡ଼ିଗୁଡ଼ିକ ବିଳମ୍ବରେ ପହଂଚୁଥିବାରୁ ବିଭିନ୍ନ ସମୟରେ ଅଘଟଣମାନ ଘଟୁଛି । ତେଣୁ ତୁରନ୍ତ ଏହି ହମ୍ପସଗୁଡ଼ିକ ଏହି ରାସ୍ତାରୁ ହଟାଇ ଖୁବ କମ ଆବଶ୍ୟକ ସ୍ଥଳରେ ଗୋଟିକିଆ ହମ୍ପସ ରଖିବାକୁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *