Friday , October 29 2021
Home / ତାଜା ଖବର / ବାଲିଆପାଳ ଥାନା ଆଇଆଇସି ଙ୍କ ବଦଳି

ବାଲିଆପାଳ ଥାନା ଆଇଆଇସି ଙ୍କ ବଦଳି

ବାଲେଶ୍ୱର, ୨୭/୦୭/୨୦୧୯(ଓଡ଼ିଶା ସମାଚାର)- ଜଳେଶ୍ୱର ଢ଼ାବାରେ କାର୍ଯ୍ୟରତ ଜଣେ ନାବାଳକ ର ମୃତ୍ୟୁ ଘଟଣାରେ ଗତକାଲି ଉତ୍ୟକ୍ତ ଗ୍ରାମବାସୀମାନେ ଜଳେଶ୍ୱର ଥାନା ଅଧିକାରୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ । ଫଳରେ ସେ ଆହତ ହୋଇଥିଲେ । ଆଜି ଉତ୍ୟକ୍ତ ଲୋକମାନେ ପୁଣି ଉଲୁଣ୍ଡା ଛକ ଠାରେ ରାସ୍ତା ଉପରେ ଶବ ରଖି ଟାୟାର ଜାଳି କମର୍ଦ୍ଦା ବାଲିଆପାଳ ରାସ୍ତା ଅବରୋଧ କରିବା ସହିତ ବ୍ୟବଛେଦ ପରେ ଶବ ଆଣିଥିବା ଆମ୍ବୁଲାନ୍ସ ର କର୍ମଚାରୀ ଓ ୨ ଜଣ ପୋଲିସ୍ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଥିଲେ । ୨୦ ଲକ୍ଷ ଟଙ୍କା କ୍ଷତିପୁରଣ ସହିତ ଢ଼ାବା ମାଲିକ ଓ କର୍ମଚାରୀଙ୍କ ଗିରଫ ଦାବି କରିଥିଲେ । ବାଲିଆପାଳ ଠାରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏସପି ଆଜି ବାଲିଆପାଳ ଥାନା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଙ୍କୁ ସେଠାରୁ ଜିଲା ପୋଲିସ ହେଡ଼କô୍ାର୍ଟରକୁ ଏସପି ବଦଳି କରିଥିବାବେଳେ ରେମୁଣା ଥାନା ଆଇଆଇସି ରଣଜିତ ସାହୁଙ୍କୁ ବାଲିଆପାଳ ଥାନା ଆଇଆଇସି ଭାବେ ବଦଳି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

କଲାହାଣ୍ଡି ୨୮/୧୦/ ୨୦୨୧ (ଓଡିଶା ସମାଚର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ …

Leave a Reply

Your email address will not be published. Required fields are marked *