ପାରାଦ୍ୱୀପ ୨୭/୦୭/୨୦୧୯(ଓଡ଼ିଶା ସମାଚାର / ଦୀପକ କୁମାର ଦାସ)- ପାରାଦ୍ୱୀପ ରୋଟାରୀ କ୍ଳବର ବାର୍ଷିକ ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ଅଫିସର୍ସ କ୍ଳବ ଠାରେ ଗତ ଶୁକ୍ରବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ରୋଟାରିଆନ ଶାନ୍ତନୁ କୁମାର ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ନୂତନ ବର୍ଷର ସଭାପତି ଓ ସମ୍ପାଦକ ଭାବରେ ରୋଟାରିଆନ ଡଃ. ଦୁର୍ଗାପ୍ରସାଦ ସେଠୀ ଏବଂ ରୋଟାରିଆନ ଅଧ୍ୟାପକ ଅକ୍ଷୟ ଚନ୍ଦ୍ର ମିଶ୍ର, ପୂର୍ବ ବର୍ଷର ସଭାପତି ଓ ସମ୍ପାଦକ ରୋଟାରିଆନ ଇଂ ଆଶୁତୋଷ ସ୍ୱାଇଁ ଏବଂ ଇଂ ଦୀପକ କୁମାର ଷଡଙ୍ଗୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର