ଭୁବନ,୨୭/୦୭/୨୦୧୯(ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ)- ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ନୋଡାଲ ଉପ୍ରା ବିଦ୍ୟାଳୟ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନ ସିଭିଲ ଜଜ୍ ଶ୍ରୀଚନ୍ଦନ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିର ରେ ଭୁବନ ବାର ଆସୋସିଏସନ ସଭାପତି ବାବୁଲି କୁମାର ସେଠୀ ଙ୍କ ସମେତ ପ୍ରତିଷ୍ଠାତା ସଭାପତି ତଥା ବରିଷ୍ଟ ଆଇନଜୀବୀ ସନାତନ ଗୁରୁ,ଦିବାକର ଦାସ,ନିରଂଜନ ଜେଠୀ ପ୍ରମୁଖ ଉପସ୍ଥିତ ରହି ଶିଶୁ ସୁରକ୍ଷା ଏବଂ ଶିକ୍ଷା ସଂପର୍କରେ ସରକାରଙ୍କ ପ୍ରଚଳିତ ଅ।।ଇନ ସଂପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ,ଜନସାଧାରଣ ଙ୍କୁ ଅବଗତ କରାଇଥିଲେ । ଏହି ଶିବିରରେ ୬ ରୁ ୧୪ ବର୍ଷ ବୟସର ପିଲା ମାନଙ୍କର ସାମଗ୍ରିକ ବିକାଶ,ସୁରକ୍ଷା ସଂପର୍କରେ ଜଜ୍ ଶ୍ରୀ ଦାଶ ଆଲୋକପାତ କରିଥିଲେ । ଅନ୍ୟ ଆଇନଜୀବୀ ମାନେ ସହାୟତା କରିଥିଲେ । ଓଡ଼ିଶା ସମାଚାର
