Sunday , October 1 2023
Home / ବିଶେଷ / ଦାଦନ ଶ୍ରମିକଙ୍କ ଥଇଥାନ ପାଇଁ ବିଭାଗର କିଛି ଯୋଜନା ନାହିଁ: ମନ୍ତ୍ରୀ

ଦାଦନ ଶ୍ରମିକଙ୍କ ଥଇଥାନ ପାଇଁ ବିଭାଗର କିଛି ଯୋଜନା ନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୨୭/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ୨୦୧୧-୧୨ ବର୍ଷରୁ ୨୦୧୮-୧୯ ବର୍ଷ ମଧ୍ୟରେ ୮୫୬୮୦ଜଣଙ୍କୁ ତାଲିମ ପ୍ରଦାନ କରାଯାଇ ନିଯୁକ୍ତିକ୍ଷମ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୬୭୭୭ଜଣ ନିଯୁକ୍ତି ସୁଯୋଗ ପାଇଛନ୍ତି । ତେବେ ରାଜ୍ୟ ବାହାରର ଇଟା ତିଆରି କାମରେ ଦକ୍ଷତା ଅର୍ଜନ କରି କାମ କରୁଥିବା ଲକ୍ଷ ଲକ୍ଷ ଦାଦନ ଶ୍ରମିକଙ୍କୁ ଥଇଥାନ କରିବା ପାଇଁ ତାଙ୍କ ବିଭାଗ ପକ୍ଷରୁ କୌଣସି ସ୍ୱତନ୍ତ୍ର ଯୋଜନା ନାହିଁ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସ୍ପଷ୍ଟ କରିଦେଇଛନ୍ତି ।

ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତରରେ ମନ୍ତ୍ରୀ ଶ୍ରୀ ନାୟକ କହିଲେ ଯେ ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଓ ଖପ୍ରାଖୋଲ ବ୍ଲକକୁ ଦାଦନ ଶ୍ରମିକ ପ୍ରବଣ ବ୍ଲକ ଭାବେ ଚିହ୍ନଟ କରାଯାଇଛି । ଗତବର୍ଷ ୯ଜଣ ଶ୍ରମିକ ପରିବାରର ପିଲାମାନଙ୍କୁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ତାଲିମ ଦିଆଯାଇଛି । ସେହିପରି ସେହି ବ୍ଲକରୁ ଚଳିତ ବର୍ଷ ୨୪ ଶ୍ରମିକ ପରିବାରର ପିଲାମାନଙ୍କୁ ଆଇଟିଆଇରେ ନାମ ଲେଖାଇବା ବ୍ୟବସ୍ଥା କରାଯାଇଛି । ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକର ୩୯ଜଣ ଶ୍ରମିକ ପରିବାରର ପିଲାମାନଙ୍କୁ ଆଇଟିଆଇରେ ନାମ ଲେଖାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଓଡ଼ିଶଶ ସମାଚାର

Leave a Reply

Your email address will not be published. Required fields are marked *