ଜଳେଶ୍ୱର,୨୭/୦୭/୨୦୧୯(ଓଡ଼ିଶା ସମାଚାର)- ଜଳେଶ୍ୱର ଢ଼ାବାରେ ନାବାଳକ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନି । ଜଣେ ନାବାଳକ ର ମୃତ ଦେହ ଢ଼ାବାରୁ ଉଦ୍ଧାର କରାଯାଇଥିବାବେଳେ ପୋଲିସ ବିଳମ୍ବରେ ଆସିବା ଅଭିଯୋଗ କରି ଗ୍ରାମବାସୀମାନେ ଜଳେଶ୍ୱର ଥାନା ଅଧିକାରୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ । ସେ ଆହତ ହୋଇଥିବାବେଳେ ଆଜି ସକାଳୁ ସମ୍ପୃକ୍ତ ନାବାଳକର ମୃତ ଦେହ ବ୍ୟବଛେଦ ପରେ ଆସି ଗାଁ ରେ ପହଂଚିବା ପରେ ପରିବାର ଲୋକଙ୍କୁ ନଯଣାଇ ଶବ ବ୍ୟବଛେଦ କରାଯାଇଥିବା ଅଭିଯୋଗ କରି ଉତ୍ୟକ୍ତ ଗ୍ରାମବାସୀ ଉଲୁଣ୍ଡା ଛକ ଠାରେ ରାସ୍ତା ଉପରେ ଶବ ରଖି ଟାୟାର ଜାଳି କମର୍ଦ୍ଦା ବାଲିଆପାଳ ରାସ୍ତା ଅବରୋଧ କରିବା ସହିତ ବ୍ୟବଛେଦ ପରେ ଶବ ଆଣିଥିବା ଆମ୍ବୁଲାନ୍ସ ର କର୍ମଚାରୀ ଓ ୨ ଜଣ ପୋଲିସ୍ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଛନ୍ତି । ସମ୍ପୃକ୍ତ ଢ଼ାବା ମାଲିକଙ୍କ ଘର ଓ ଢ଼ାବାକୁ ଜାଳି ଦେଇଛନ୍ତି । ସେମାନେ ଢ଼ାବା ମାଲିକ ଓ କର୍ମଚାରୀଙ୍କ ଗିରଫ ଓ ୨୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରିଛନ୍ତି । ବାଲିଆପାଳ ରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଓଡ଼ିଶା ସମାଚାର
Home / ତାଜା ଖବର / ଜଳେଶ୍ୱର ଢ଼ାବାରେ ନାବାଳକ ମୃତ୍ୟୁ ଘଟଣା : ଶବ ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ – ଗାଡ଼ି ଚଳାଚଳ ଠପ୍