Tuesday , October 26 2021
Breaking News
Home / ବିଶେଷ / ଗ୍ରହଣ ଖଣ୍ଡିଆ ଚିହ୍ନଟ ଶିବିରର ଆୟୋଜନ

ଗ୍ରହଣ ଖଣ୍ଡିଆ ଚିହ୍ନଟ ଶିବିରର ଆୟୋଜନ

ଭୁବନେଶ୍ୱର ,୨୭/୦୭/୨୦୧୯(ଓଡ଼ିଶା ସମାଚାର)-ନିର୍ମଳା କୃତି ବିକାଶ ଟ୍ରଷ୍ଟ ପକ୍ଷରୁ ଗ୍ରହଣ ଖଣ୍ଡିଆ ଚିହ୍ନଟ ଶିବିର ଆୟୋଜନ କରାଯାଇଛି । ଏହି ଶିବିରରେ ପାଖାପାଖି ୪୦୦ରୁ ଉଦ୍ଧ୍ୱର୍ ଲୋକ ଯୋଗ ଦେଇଥିଲେ । ତନ୍ମଧ୍ୟରୁ ପର୍ଯ୍ୟାୟକ୍ରମେ ୨୦ଜଣ ରୋଗୀଙ୍କର ସଫଳତାର ସହ କ୍ଲେପ୍ଟ ଅସ୍ତ୍ରୋପଚାର ହୋଇଛି । ଏହି ଅସ୍ତ୍ରୋପଚାର ନିମନ୍ତେ ସେମାନଙ୍କ ରହିବା ଏବଂ ଯାତାୟାତ ବ୍ୟବସ୍ଥା ମଧ୍ୟ ଏହି ଟ୍ରଷ୍ଟ ପକ୍ଷରୁ ହୋଇଥିଲା । ପରେ ସେମାନଙ୍କ ସୁସ୍ଥ ହେବା ନିମନ୍ତେ ମାଗଣାରେ ଔଷଧ, ପ୍ରୋଟିନ୍ ପ୍ରଦାନ ସହ ଘରକୁ ଫେରିବା ସମୟରେ ପୋଷାକ ବଂଟନ ହୋଇଥିଲା । ଏହି ଶିବିର ପଶ୍ଚିମବଙ୍ଗର ବର୍ଦ୍ଧମାନ, ଉରିଲିଆ, କଟିହାର ଏବଂ ଉତରଦୀନାଜପୁରଠାରେ ଆୟୋଜନ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ଏହିପରି ଶିବିର ସବୁ ସମୟରେ ଆୟୋଜିତ ହେବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ତଥା ପରିଚାଳନା ଟ୍ରଷ୍ଟି ଦିଲ୍ଲୀପ ପଟ୍ଟନାୟକ କହିଥିଲେ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *